କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ବଙ୍ଗୋମୁଣ୍ଡା ବ୍ଳକ ସଦର ଠାରେ ଆଜି କୃଷକ ଉତ୍ପାଦକ ସଂସ୍ଥା ଓ ଲୋକଶକ୍ତି ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଛି। ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ମହାଜନ ସତ୍ୟବାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଣ୍ଡିଆ ମଣ୍ଡିକୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଟିଡିସିସି ବିଏମ୍ ଗଙ୍ଗାଧର ମହାନ୍ତି, ମିଲେଟ ମିଶନର ଜିଲ୍ଲା ସଂଯୋଜକ ଯଶୋବନ୍ତ ନାଏକ, ଲୋକ ଶକ୍ତି ଅନୁଷ୍ଠାନ ମନୋରଞ୍ଜନ ବନଛୋର, ଓମକାର ପୁଟେଲ, ସୁବାଷ ପୋଡ, ରାଜାରାମ ସାହୁ, ଗୋସିଙ୍ଗ ରଣା, ଭୂତେଶ୍ଵର ପୁଟେଲ ପ୍ରମୁଖ ଉପସ୍ଥି ଥିଲେ। ଅଞ୍ଚଳର ୧୧ଜଣ ଚାଷୀ ପ୍ରଥମ ଦିନରେ ୧୦୧ କ୍ରିଣ୍ଟାଲ ମାଣ୍ଡିଆ ମଣ୍ଡିରେ ବିକ୍ରୟ କରିଥିଲେ । ଏଥିରେ ଲୋକଶକ୍ତି ଅନୁଷ୍ଠାନର କର୍ମଚାରୀ ସହଯୋଗ କରିଥିଲେ।
Post a Comment