ବୌଦ୍ଧ ଜିଲ୍ଲାରେ ୨୫ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

 

ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲାର ତିନିଗୋଟି ବ୍ଲକ ଓ ବୌଦ୍ଧ ଏନ ଏ ସି ରେ ୨୫ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କଣ୍ଟାମାଳ ବ୍ଲକର କଣ୍ଟାମାଳ ଠାରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମହୀଧର ରଣାଙ୍କ ନେତୃତ୍ୱରେ, ବୌଦ୍ଧ ବ୍ଲକ ର ଲଷ୍ମୀପ୍ରସାଦ ପଂଚାୟତ ହାଟପଦା, ବୌଦ୍ଧ ଏନଏସି ର ଟାଉନହଳ ଓ ହରଭଙ୍ଗା ବ୍ଲଜର ପୁରୁଣାକଟକ ଖେଳ ପଡିଆ ଠାରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ନେତୃତ୍ୱରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ସହ ପର୍ଯ୍ୟବେକ୍ଷ୍ୟକ ନିତ୍ୟାନନ୍ଦ ଭୋଇ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋଜ କୁମାର ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଜସ୍ମିନ ପ୍ରଧାନ, ଯୁବ ନେତା ପ୍ରଭାତ ଚନ୍ଦ୍ର ପ୍ରଧାନ, ସରପଞ୍ଚ ସଙ୍ଘ ସଭାପତି ବିଦ୍ୟାଧର ସ୍ୱାଇଁ, ସମିତି ସଭ୍ୟ ସଞ୍ଜୟ ପ୍ରଧାନ, ବ୍ଲକ ଉପାଧ୍ୟାକ୍ଷା ମୋନରଞ୍ଜନ ପୁରୋହିତ, ପୂର୍ବ ସରପଞ୍ଚ ପଗୁ ରଣବିଡ଼,  ଦେବହରୀ ମହାକୁଡ଼,କବିତା ପଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Post a Comment

Previous Post Next Post