ରାସନ କାର୍ଡ ଧାରୀ ଙ୍କୁ ସ୍ୱତନ୍ତ୍ର ରାଶି ବଣ୍ଟନ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଧାମନଡ଼ଙ୍ଗା ଗ୍ରାମପଚାୟତ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜରିଆରେ ସମ୍ପ୍ରତି କରୋନା ପରିସ୍ତଥିତି ସମୟରେ ଜନସାଧାରଣଙ୍କ ଜୀବନ ଜୀବିକା  କୁଦୃଷ୍ଟିରେ ରଖି ଜାତୀୟ ଓ ରାଜ୍ୟ ଖାଦ୍ୟ ସରୁକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ହିତାଧିକାରୀଙ୍କୁ ୧ ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତା ରାଶି ପ୍ରଦାନ କରିଛନ୍ତି ସୋମବାର ତୁରକେଲା ବ୍ଲକର ଧାମଂନଡଙ୍ଗା ଗ୍ରାମପଂଚାୟତ ର ୧୦ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି।


 ଲାଳଦେଇ ମାଝୀ, ଶକୁନ୍ତଳା ରଣା, ସୁଲୟା ତାଣ୍ଡି, ପିରବତୀ ମାଝୀ, ନୀଲା ମାଝୀ, ବୀଣା ନାଗ, ରତନ ମହତ,ଯୋଶବନ୍ତ ପୁଟେଲ, ଖଗେଶ୍ୱର ସୁନା ,ଅମର ନାଗ ,ପ୍ରମୁଖ ଏହି ସହାୟତା ରାଶି ଲାଭ ଉଠାଇ ଛନ୍ତି ଏହି ସହାୟତା ପାଇବା ପରେ ଗ୍ରାମ ବାସି ମାନେ ଖୁସି ପ୍ରକାଶ କରିବା ସହିତ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିୟାନ ଙ୍କୁ ଧନ୍ୟବାଦ ଜଣେଇଛନ୍ତି। ଏହି ସହାୟତ ପ୍ରଦାନ ସମୟରେ ଯୋଗାଣ ନିରକ୍ଷକ ହୀରାଲାଲ ମହାନନ୍ଦ ଜି. ପି.ଓ. ତେଜୁପୁଟେଲ ୱାର୍ଡମେମ୍ବର ଆରତୀ ସୁନା ଉପସ୍ଥିତ ରହିଥିଲେ।

1 Comments

  1. ଆପଣକୁ ବହୁତ ବହୁତ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା.. 🙏🏻🙏🏻

    ReplyDelete

Post a Comment

Previous Post Next Post