ଡୋର ଟୁ ଡୋର ଟୀକାକରଣ ଅଭିଯାନ ୧୬ ୱାର୍ଡ ପ୍ରଥମ ଚରଣ ସଂପନ୍ନ

 

କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : କରୋନା ନିୟନ୍ତ୍ରଣ ପାଇଁ ଭାରତ ସରକାର ଦେଶ ବ୍ୟାପି କରୋନା ଟୀକାକରଣ ଅଭିଯାନ ଜାରି ରହିଛି ଏବଂ ଟୀକା ଦ୍ୱାରା ଦେଶରେ କରୋନା ନିୟନ୍ତ୍ରଣ ରେ ରହିଛି ଏବଂ କଣ୍ଟାବାଞ୍ଜି ରେ ପ୍ରତିଦିନ ଏନଏସି ଅଫିସ ପରିସର ରେ କରୋନା ଟୀକାକରଣ ସେବା ଜାରି ରହି ଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ମେଡିକାଲ ଟିମ ଦ୍ୱାରା ଘର ଘର ବୁଲି ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି ,ଯେଉଁ ମାନେ ପ୍ରଥମ ଡୋଜ  ଟୀକା ନେଇଛନ୍ତି ସେମାନ ଙ୍କୁ ଦୂତୀୟ ଡୋଜ ଏବଂ ଯେଉଁ ମାନେ ପ୍ରଥମ ଡୋଜ ନେଇ ନାହାନ୍ତି ସେମାନେ ପ୍ରଥମ ଡୋଜ ଟୀକା ନେଉଛନ୍ତି,ପ୍ରଥମଚରଣ ରେ ୧୬ ୱାର୍ଡ଼ ରେ ଏହି ଅଭିଯାନ ସମ୍ପନ୍ନ ହୋଇଛି, ପୁଣି ଥରେ ଏହି ଅଭିଯାନ ନୂଆବର୍ଷ ରେ ଆରମ୍ଭ ହେବ ବୋଲି ରୋଗୀ କଲ୍ୟାଣ ସମିତି ପ୍ରକାଶ କରିଛନ୍ତି, ଏହା ସହ ରବିବାର ଦିନ ମଧ୍ୟ ସ୍ଥାନୀୟ  ଏନଏସି ପରିସର ରେ ଟୀକାକରଣ ଜାରି ରହିବ ଛୁଟି ରହିବ ନାହିଁ, ଉକ୍ତ ଟୀକାକରଣ ଅଭିଯାନ ଟିମ ରେ ନଳିନୀ ପୁଟେଲ, ରିତୁ ବାରିକ, କୁମୁଦିନି ବେହେରା, ଲିଙ୍ଗରାଜ ଭୋଇ, ଅକ୍ଷୟ କୁମାର, ଟୁଲୁ ଥନାପତି, ଏଲଏଚବି ମମତା ଧରୁଆ, ସହିତ ସମସ୍ତ ଆଶାକର୍ମୀ ଶାମିଲ ହୋଇଥିଲେ  ଏହି ଅଭିଯାନ କୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି, ଅନ୍ୟପକ୍ଷରେ ଏହି ଅଭିଯାନ ରେ ଲୋକ ସ୍ଵତଃ ଶାମିଲ ହେଉଛନ୍ତି।

Post a Comment

Previous Post Next Post