ଅସହାୟକୁ ସହାୟ ହେଲା କଣ୍ଟାବାଞ୍ଜି ପ୍ରେସ କ୍ଲବ

ରୋଗଗ୍ରସ୍ତ ଅବସ୍ଥାରେ ପଡିଥିବା ବୃଦ୍ଧାକୁ ଡାକ୍ତର ଖାନାରେ ଭର୍ତି କଲା ପ୍ରେସ କ୍ଲବ 


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ପ୍ରେସ କ୍ଲବ ଆଜି ଅସହାୟ ଅବସ୍ଥାରେ ପଡିଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛି । ସ୍ଥାନୀୟ ରେଳ ଷ୍ଟେସନ ଅଂଞ୍ଚଳରେ ଜଣେ ବୃଦ୍ଧା ମୁର୍ମୁଷ ଅବସ୍ଥାରେ ପଡିଥିବା ପ୍ରେସ କ୍ଲବ ଖବର ପାଇଥିଲା । ତୁରନ୍ତ ପ୍ରେସ କ୍ଲବ ସଭାପତି ପ୍ରଭାବିତ ସିଂ ସାଲୁଜାଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ପରାମର୍ଶ ଦାତା ଆନନ୍ଦ ମୋଟେ, ଆଶିଷ ଖଇତାନ,  କୋଷାଧ୍ୟକ୍ଷ ହନି ସିଂ, ସଦସ୍ୟ ରୋହନ ମହତ, ଜଗମୋହନ ତାଣ୍ଡି ସହ ଅନ୍ୟ ସଦସ୍ୟ ମାନେ ରେଲୱେ ଷ୍ଟେଶନ ଆରପିଏଫ ପୋଲିସ, ଷ୍ଟେଶନ ମାଷ୍ଟର କେ.ସି. ମୁଣ୍ଡାଙ୍କ ସହଯୋଗ ରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା । କଣ୍ଟାବାଞ୍ଜି ଡାକ୍ତରଖାନାରେ ଡାକ୍ତର ଉତ୍ତମ ଚିକିତ୍ସା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ପ୍ରେସ କ୍ଲବ ସୂଚନା ଦେଇଛି । ଅନ୍ୟ ପକ୍ଷରେ ଏଭଲି ପଦକ୍ଷେପ ଯୋଗୁ ସହରବାସୀ ପ୍ରେସ କ୍ଲବକୁ ଭୁରି ଭରି ପ୍ରଶଂସା କରିଛନ୍ତି ।


Post a Comment

Previous Post Next Post