କଣ୍ଟାମାଳରେ ୨୫ତମ ବିଜେଡି ପ୍ରତିଷ୍ଠା ଦିବସ , ଓଡିଶାରେ ବିଜେଡିର ସୁଶାସନ ଚାଲିଛି


କଣ୍ଟାମାଳ,(ସୁଶାନ୍ତ କୁମାର ବେହେରା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ତଳୀ ବିଜେଡି ଦଳ ତରଫରୁ କଣ୍ଟାମାଳ ହାଇସ୍କୁଲ ଖେଳ ପଡିଆରେ ୨୫ତମ ବିଜେଡି ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ପ୍ରଥମେ ବିଜୂ ବାବୁଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭାରମ୍ଭ କରାଯାଇଥିଲା । କଣ୍ଟାମାଳ ବ୍ଲକ ବିଜେଡି ସଭାପତି ବିପିନ ଭୋଇଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଗରିବ ଓ ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ରାଜ୍ୟରେ ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳକୁ ଭୋଟ ଦେବାପାଇଁ ଲୋକଙ୍କୁ ନିବେଦନ କରିଥିଲେ ।


 କାର୍ଯ୍ଯକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା, ବୌଦ୍ଧ କୃଷକ ସେଲ ସଭାପତି ଶାନ୍ତନୁ ଥାଟି, ବ୍ଲକ ଯୁବ ସଭାପତି ଶମ୍ଭୁ ସାହୁ, ଛାତ୍ର ସଭାପତି ପ୍ରମୋଦ ରଣା, ଯୁବ ବିଜେଡି ଉପ ସଭାପତି ବିଜୟ ବାରିକ, ବିକ୍ରମ ମହାକୁଡ, ଜିଲ୍ଲା ସଂପାଦକ ରାଧାବଲ୍ଲଭ ପ୍ରଧାନ, ମହିଳା ସଭାନେତ୍ରୀ ମମତା ପ୍ରଧାନ, ପୂର୍ବ ବ୍ଲକ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବରିଷ୍ଠ ନେତା ରମଣୀ ପ୍ରଧାନ, ବାଳମୁକୁନ୍ଦ ମେହେର, ସୁରଥ ମିଶ୍ର, କୃଷ୍ଣଚନ୍ଦ୍ର କଅଁର, ରାଧେଶ୍ୟାମ ସାହୁ, ଦେବୀପ୍ରସାଦ ସାହୁ, ସଂପାଦକ ରବି ପଣ୍ଡା, କାର୍ତ୍ତିକେଶ୍ବର ବେହେରା, ପୂର୍ବ ଜିଲ୍ଲାପରିଷଦ କେଦାର ସାହୁ, ଉପସଭାପତି ପଞ୍ଚାନନ ସାହୁ, ସୀଜିତ ମେହେର, ପବିତ୍ର ରଣା, ମୁରଳି ସେଠୀ, ଶରତ ରଣା, ଶେଷଦେବ ମୁଦୁଲି, ମହିଳା ସଭାନେତୀ ରୀତା ବେହେରା, ଅଳକା ପ୍ରଧାନ,ବିଜୁ ଛାତ୍ର ଜନତା ଦଳ ସଭାପତି ଉଦିତ ପ୍ରତାପ ଭୋଇ ଏବଂ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଉପସ୍ଥିତଥିଲେ । କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ନେତୃତ୍ବରେ ବିଜେଡ଼ି ଦଳର ନୀତି ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ରେଙ୍ଗାଲି ପଞ୍ଚାୟତର କିଛି ବିଜେପି କର୍ମୀ ଉକ୍ତ ସଭାରେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ । ପ୍ରଶାନ୍ତ ରଣା ମଞ୍ଚ ପରିଚାଳନା ଏବଂ ଶମ୍ଭୁ ସାହୁ ଧନ୍ୟବାଦ ଦେଇଥିଲେ ।

Post a Comment

Previous Post Next Post