କଣ୍ଟାବାଞ୍ଜି ରେ ଗୀତାଜୟନ୍ତୀ ପାଳିତ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା): କଣ୍ଟାବାଞ୍ଜି ସହରର ଦିବ୍ୟଜୀବନ ସଂଘ ତରଫରୁ ଗୀତା ଜୟନ୍ତୀ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ସହର ର ରୋଡ ନଂ 3ଗୁଜୁରାଟୀ ଭବନ ଠାରେ ଦିନିକିୟା ଗୀତା ଜାୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି। ବୈଦିକ ରୀତିରେ ହୋମ, ଆଳତୀ ସହ ଅଠର ଅଧ୍ୟାୟ ଗୀତା ପାଠ କରାଯାଇଥିଲା। ପୂଜକ ଭାବେ ଦିଲୀପ ଖମାରୀ ପୂଜା ଅର୍ଚନା କରିଥିଲେ। ଏହାପରେ ଉପସ୍ଥିତ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ. ଏହି କାର୍ଯ୍ୟ କ୍ରମ ରେ ସଂଘ ସଭାପତି ମୁରଲୀଧର ପଣ୍ଡା, ସମ୍ପାଦକ ଗଣନାଥ ସାମଲ, ଦୟାନିଧି ସେଠ, ଘାସିରାମ ତ୍ରିପାଠୀ, ହୃଷିକେଶ ଦାସ, ମନ ବୋଧ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତି ରେ ଗୀତା ପାଠ ସମ୍ପର୍ଣ ହୋଇଥିଲା ।

Post a Comment

Previous Post Next Post