କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ୨୯ ଡିସେମ୍ବର କଣ୍ଟାବାଞ୍ଜି ପୋଲିସ ଦ୍ୱାରା ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ର ନିରାକରଣ ପାଇଁ ଏସ୍ ଡିପିଓ ଡଃ ହୃଷୀକେଶ ମେହେର ଙ୍କ ନେତୃତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଏନଏସି ସମି ଜୟଶ୍ରୀ ରେଡ୍ଡୀ, ଏସ୍ ଡି ଓ ପି ୟୁ ଡି ଏସ୍ କେ ପାତ୍ର ,ନୋଡାଲ ଅଫିସର ଏନ୍ ଏ ସି ଚନ୍ଦ୍ରଶେଖର ଭୋଇ,ବଣିକ ସଂଘର କର୍ମକର୍ତ୍ତା, ଟ୍ରକ ମାଲିକ ସଂଘ, ସାମ୍ବାଦିକ ମାନଙ୍କ ସମେତ କେତେକ ଜନ ସାଧାରଣ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଲୋଚନାରେ ଟ୍ରାଫିକ ସମସ୍ଯା ଦୁରୀକରଣ ପାଇଁ କେତେକ ପଦକ୍ଷେପ୍ ନେବାକୁ ସିଦ୍ଧାନ୍ତ ମଧ୍ୟରେ ବାଣିଜ୍ୟିକ ସଂସ୍ଥା ଆଗରେ ଜମା ରହୁଥିବା ଯାନବାହାନ ହଟା ଯିବା ଜବର ଦଖଲ ଉଚ୍ଛେଦ କରାଯିବ ଯେପରିକି ସାଧାରଣ ଜନସାଧାରଣ ସେମାନଙ୍କ ସାଧାରଣ ଚଳପ୍ରଚଳରେ ଥିବା ଅଧିକାର ସାବ୍ୟସ୍ତ କରିପାରିବେ।
କଣ୍ଟାବାଞ୍ଜି ପୋଲିସ ଦ୍ୱାରା ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ର ନିରାକରଣ ବୈଠକ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Tags
ବ୍ରେକିଂ ନ୍ୟୁଜ
Post a Comment