ବାଲେଶ୍ବର,(ପ୍ରଭାକର ମଲ୍ଲିକ)ଓଡ଼ିଶା କୋଷ୍ଟକେନାଲ ପୁନରୁଦ୍ଧାର ମଞ୍ଚ ବାଲିଆପାଳ ଶାଖା ପକ୍ଷରୁ ବୁଧବାର ବାଲିଆପାଳ ଫିଜିକାଲ କଲେଜ ସଭାଗୃହ ପରିସରରେ କୋଷ୍ଟ କେନାଲର ଐତିହକୁ ଫେରାଇ ଆଣିବା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ।ସରକାରଙ୍କ ଠାରେ ଦାବି ଉପସ୍ଥାପନ ପାଇଁ ଆସନ୍ତା ଜାନୁୟାରୀ ୨୬ ରେ କୋଷ୍ଟ କେନାଲର ଦୁଇ ପାର୍ଶ୍ଵରେ ଥିବା ପଞ୍ଚାୟତର ଲୋକଙ୍କୁ ନେଇ ହେବ ମାନବ ଶୁଙ୍ଖଳ କାର୍ଯ୍ୟକ୍ରମ।
ମଞ୍ଚର ବାଲିଆପାଳ ବ୍ଲକ ଆବାହକ ଅଜୟ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା କୋଷ୍ଟକେନାଲ ପୁନଃରୁଧାର ମଞ୍ଚର କର୍ଣ୍ଣଧାର ତଥା କୃଷି ବୈଜ୍ଞାନିକ ଡକ୍ଟର ଅଦୈତ୍ୟ ପାତ୍ର ବୈଠକରେ ଅଧ୍ୟକ୍ଷତା କରି କୋଷ୍ଟ କେନାଲ ଦ୍ୱାରା ଲୋକଙ୍କୁ କେତେ ଲାଭ ମିଳିବ ସେ ବିଷୟରେ ବର୍ଣ୍ଣନା କରି କହିଥିଲେ ଯେ କୋଷ୍ଟ କେନାଲ ଦ୍ୱାରା ଲୋକଙ୍କୁ ବହୁ ଉପକାର ମିଳିଥାଏ।ପ୍ରଥମତ ବାଣିଜ୍ୟ, ପରିବହନ ସହିତ କୃଷିର ବିକାଶ କାରାଯାଇ ପାରିବ।କେନାଲରେ ପରିବହନ କଲେ ପରିବେଶ ଦୂଷିତରୁ ରକ୍ଷା ମିଳିବା ସହିତ ଅଳ୍ପ ଖର୍ଚ୍ଚରେ ମାଲ ପରିବହନ କରାଯାଇ ପାରିବ। କେନା ଦ୍ୱାରା ବର୍ଷର ବାରମାସ ଚାଷ ପାଇଁ ପାଣିର ଅଭାବ ରହିବ ନାହିଁ ବୋଲି କହିଥିଲେ। କୋଷ୍ଟକେନାଲ ପୁନଃରୁଧ୍ଯାର ମଞ୍ଚର ବରିଷ୍ଠ ସଦସ୍ୟ ସମାଜସେବୀ ଶୁଭଙ୍କର ମହାପାତ୍ର କାର୍ଯ୍ୟକ୍ରମର ରୂପରେଖ ବର୍ଣ୍ଣନା କରିଥିଲେ।ଓଡ଼ିଶା କୋଷ୍ଟକେନାଲ ମଞ୍ଚର ଅନ୍ୟତମ ସଦସ୍ୟ ତଥା ଯୁବ ବିକାଶର ସଂପାଦକ ଗୋବିନ୍ଦ ଦଳାଇ ଯୋଗଦେଇ କୋଷ୍ଟକେନାଲ ପୁନରୁଧାର ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ବ୍ୟାପକ ଜନ ଆନ୍ଦୋଳନର ଆବଶ୍ୟକ ଅଛି ।ଆସନ୍ତା ଜାନୁୟାରୀ ୨୬ ତାରିଖରେ କୋଷ୍ଟ କେନାଲର ଦୁଇ ପାର୍ଶ୍ଵରେ ଥିବା ପଞ୍ଚାୟତର ଲୋକଙ୍କୁ ନେଇ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରସ୍ତାବ ପ୍ରତିପାଦନ କରିଥିଲେ।ପୁର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାଲିଆପାଳ ବ୍ଲକ ପ୍ରତିନିଧି ମହେଶ୍ୱର ଜେନା, ଭୋଗରାଇ ବ୍ଲକ ଆବାହକ ବିଜୟ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ଅମର ମହାନ୍ତି,ବାଲିଆପାଳ ବାଘାଯତିନ ସ୍ମୃତି ପରିଷଦର ସଭାପତି ଅରବିନ୍ଦ ବେହେରା,ଅଦୈତ୍ୟ ବାଗ,ବିରମାଧଵ ଦାସ,ମହେଶ୍ୱର ଦାସ,ହିମାଂଶୁ ଦାସ,ପୁରୁଷୋତ୍ତମ ସାହୁ,ଶଚିନ୍ଦ୍ର ଦାସ,ମନ୍ମଥା ପାତ୍ର,ସୁଧୀର ଜେନା,ରବିନ୍ଦ୍ର ଦତ୍ତ,ହରେକୃଷ୍ଣ ସାହୁ, ନାରିନେତ୍ରୀ ପୁଷ୍ପଲତା ପରିଡା,ମୃତ୍ୟଞ୍ଜୟ ନାୟକ,ଉତ୍ତମ ପିଳା,ତପନ ଦତ୍ତ,କମଳ ଲୋଚନ ଦତ୍ତ, କିରଣ ଜେନା,ସରସ୍ୱସ୍ତି ନାୟକ। ମନ୍ମଥ ନାୟକ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ
କୋଷ୍ଟ କେନାଲ ପୁନରୁଦ୍ଧାର ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ନିଜର ମତାମତ ରଖିଥିଲେ।ମଞ୍ଚର ଅନ୍ୟତମ ସଦସ୍ୟ ଵିଜୟ ଦାସ ଅଧିକାରୀ ଧନ୍ୟବାଦ ଦେଇଥିଲେ। ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧି,ସମାଜସେବୀ,
ସ୍ବେଛାସେବୀ ଅନୁଷ୍ଠାନଙ୍କ ସହିତ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ପରିଚାଳନା କମିଟି ଗଠନ କରାଯାଇଥିଲା।
Post a Comment