ମାଣବସା ଗୁରୁବାର ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ "ଅକୁହା କାହାଣୀ ଶୁଣିବ କିଏ "

 


ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା : (ଆଜତକ୍ ଓଡ଼ିଶା).ହିନ୍ଦୁ ସଂସ୍କୃତି ଓ  ପରମ୍ପରା କୁ ନେଇ ମାର୍ଗଶିର ମାସ ରେ ଗାଁ ଠୁ ସହର ପର୍ଯ୍ୟନ୍ତ ଅନ୍ନ ଦାତ୍ରୀ ମା ମହାଲକ୍ଷ୍ମୀ ଙ୍କୁ ଓଡିଆ ଘରର ସଧବା ବହୁମାନେ କାହିଁ କେଉଁ ଯୁଗରୁ ପୂଜାକରି ଆସୁଛନ୍ତି। ଏହି ପୂଜାକୁ ମାଣବସା ଗୁରୁବାର ବୋଲି କୁହାଯାଏ । ଏହି ମାଣବସା ଗୁରୁବାର ଉପଲକ୍ଷେ ହରଭଙ୍ଗା ବ୍ଲକ ହରଭଙ୍ଗା ପଂଚାୟତ ସୁରୁଣ୍ଡି ଗ୍ରାମରେ ବାବା ଡାହାଣ ଶଙ୍ଖ ସଂସ୍କୃତିକ ଯୁବପରିଷଦ ଅବଦାନ ରେ ସଭାପତି ପରୀକ୍ଷିତ ମାହାକୁଡ଼ ଙ୍କ ତତ୍ଵାବଧାନରେ ଏକ ସଂସ୍କୃତିକ କାର୍ଯ୍ୟକ୍ରମ  ଯାତ୍ରା "ଅକୁହା କାହାଣୀ ଶୁଣିବ କିଏ "ଗାଁ ଯାତ୍ରା ପଡିଆରେ ପରିବେଷଣ ହୋଇଥିଲା!ନାଟ୍ୟକାର ଶୁଭେନ୍ଦୁ ଯୋଶୀ ଙ୍କ ବରିଷ୍ଠ ନିର୍ଦ୍ଧେସନାରେ ବହୁ ପ୍ରତିକ୍ଷୀତ ଏହି ନାଟକ ଯାତ୍ରା ପ୍ରେମୀ ଙ୍କୁ ବିଭୋର କରିଥିଲା!ଯାତ୍ରା ର ସମସ୍ତ କାର୍ଯ୍ୟକ୍ରମ ସରକାର ଙ୍କ କୋଭିଡ ନିୟମ କୁ ମାନି କରାଯାଇଥିବାର ସଭାପତି ଶ୍ରୀ ମାହାକୁଡ଼ ସୂଚନା ଦେଇଛନ୍ତି!ଏହି ସମସ୍ତ କାର୍ଯ୍ୟକ୍ରମ ବାବା ଡାହାଣ ଶଙ୍ଖ ସଂସ୍କୃତିକ  ଯୁବ ପରିଷଦ ସମସ୍ତ ସଦସ୍ୟ ଏହି ଯାତ୍ରା ରେ ଭାଗ ନେଇଥିବା ବେଳେ ସଂପୂର୍ଣ ମାତ୍ରାରେ ସହଯୋଗ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରାଇଥିଲେ।

Post a Comment

Previous Post Next Post