ବଲାଙ୍ଗିର,(ଆଜତକ୍ ଓଡ଼ିଶା) ବଲାଙ୍ଗିର ଗାନ୍ଧୀନଗର ପଡ଼ାରେ ୨ଜଣ ଦୁବୃର୍ତ୍ତ ଘର ଭିତରେ ପଶି ଜଣେ ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ଅରବିନ୍ଦ ସିଂ(୩୭) ବର୍ଷ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଘରେ କେହି ନଥିବା ବେଳେ ୨ଜଣ ଦୁବୃର୍ତ୍ତ ଘରେ ପଶି ଅରବିନ୍ଦଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଦେଖିବାକୁ ମିଳିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରେ ମୃତ ଦେହ ପଡି ରହିଛି । ଖବର ପାଇ ସହରାଞ୍ଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇ ପାରିନି।
ଘରେ ପଶି ଯୁବକଙ୍କୁ ହତ୍ୟା
ଆଜତକ ଓଡ଼ିଶା
0
Post a Comment