ବାଲିକୁଟି ପଞ୍ଚାୟତ ସଭାଗୃହରେ ମାଛ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ

ବାଲେଶ୍ବର,(ଆଜତକ୍ ଓଡ଼ିଶା) ସରକାର ବେକାରୀ ଯୁବକ ଯୁବତୀ ଏବଂ ସ୍ୱୟଂ ସହାୟକ ମହିଳା ଗୋଷ୍ଠିର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଏହାର ସଫଳ କାର୍ଯ୍ୟକାରିତା ପାଇଁ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପ ନେଇଚାଲିଛନ୍ତି । ବାଲିଆପାଳ ବ୍ଲକ ବାଲିକୁଟି ପଞ୍ଚାୟତର ସଭାଗୃହରେ ଆଜି ଆଗ୍ରହୀ ମାଛ ଚାଷୀ ଏବଂ ମହିଳା  ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ସ୍ୱାଵଲମ୍ବୀ କରିବା ଉଦ୍ଦେଶ୍ୟରେ ବାଲିଆପାଳ ବ୍ଲକର ମତ୍ସ୍ୟ ବିଭାଗ ତରଫରୁ ଏକ ମାଛ ଚାଷ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ବାଲିଆପାଳ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରିଣୀ ସ୍ୱୟଂପ୍ରଭା ବଳ ଏହି ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିବା ସହିତ ପ୍ରଶିକ୍ଷଣ  ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ବାଲେଶ୍ୱରର ଡ଼କ୍ଟର ସ୍ଵାଗତିକା ସାହୁ ବୈଜ୍ଞାନିକ ଉପାୟରେ କିପରି ମାଛ ଚାଷ କରି ଚାଷି ଅଧିକ ଅମଳ ହାସଲ କରି ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ ସମ୍ପୂର୍ଣ୍ଣ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

 

  ସହକାରୀ ମତ୍ସ୍ୟ ଅଧିକାରିଣୀ ସ୍ୱୟଂପ୍ରଭା ବଳ ମାଛ ଚାଷ ଉପରେ ବିଭିନ୍ନ ସରକାରୀ ଯୋଜନା ବାବଦରେ ଆଲୋଚନା କରି ମଧୁର ଜଳ, ଖାର ଜଳ ଏବଂ ବାୟୋଫ୍ଲକ ପଧ୍ୟତିରେ କିପରି ଜଣେ ଚାଷୀ ସବସିଡି ସ୍କିମ ମାଧ୍ୟ୍ୟମରେ ଚାଷ କରି ଲାଭାନ୍ୱିତ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବାଲିଆପାଳ ବ୍ଲକର କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ରାଜକିଶୋର ପଟ୍ଟାୟତ, ବାଲିଆପାଳ ଆତ୍ମା ଅଫିସରୁ ସହକାରୀ ବୈଷୟିକ ପରିଚାଳକ ରାଜେଶ ପାତ୍ର, ବାଲିକୁଟି ପଞ୍ଚାୟତର ସରପଞ୍ଚ ବୈକୁଣ୍ଠ ଚରଣ ରାଉତ, ସମିତି ସଦସ୍ୟ ପ୍ରିୟନାଥ ମୁର୍ମୁ ଆଦି ଉପସ୍ଥିତ ରହି ବକ୍ତବ୍ୟ ମାଧ୍ୟମରେ ମାଛ ବିଷୟରେ ଆଲୋକପାତ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପଞ୍ଚାୟତର ବହୁ ଆଗ୍ରହୀ ମାଛ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ମହିଳା ଏବଂ ଆଗ୍ରହୀ ମାଛ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ବାଲିକୁଟି ପଞ୍ଚାୟତର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ବହୁ ଆଗ୍ରହୀ ମାଛ ଚାଷୀ ସ୍ୱାବଲମ୍ବୀ ହେବା ପାଇଁ ଆଗ୍ରହ ପ୍ରକାଶ କରିବା ସହିତ ବୁଦ୍ଧିଜୀବୀମାନେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

Post a Comment

Previous Post Next Post