ତାରାତାରିଣୀ ପୀଠରେ ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରସାଦ ବାଣ୍ଟିଲେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 


ଭୁବନେଶ୍ୱର,(ଆଜତକ୍ ଓଡ଼ିଶା) ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତରିଣୀ ମନ୍ଦିରରେ ଭେଟି ମା’ଙ୍କ ପ୍ରସାଦ ବାଣ୍ଟିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ କରୋନା ସମୟରେ ସେମାନଙ୍କ ଭଲ କାମ ପାଇଁ ତାରାତରିଣୀ ପୀଠରେ ଭେଟି ମା’ଙ୍କ ଫ୍ରସାଦ ଓ ଲଡୁ ବାଣ୍ଟି ଥିଲେ ।

ସୂଚନାଯୋଗ୍ୟ ଯେ କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବାହାରେ ରହୁଥିବା ଓଡ଼ିଶାବାସୀ ମଧ୍ୟ ଲକ୍‌ଡାଉନ୍ ଯୋଗୁଁ ଘରକୁ ଫେରି ଥିଲେ । ଜିଲ୍ଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ । ସରପଞ୍ଚ ଓ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନେ ମଧ୍ୟ ନିଷ୍ଠାର ସହ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ । ପରିସ୍ଥିତିରେ ଉନ୍ନତି ଆସିଥଲା ଓ କରୋନା ମୁକାବିଲାରେ ଗଞ୍ଜାମ ଦେଶ ବିଦେଶରେ ଉଦାହରଣ ପାଲଟିଥିଲା।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ମା’ ତାରା ତାରିଣୀଙ୍କ ପବିତ୍ର ପୀଠରୁ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ୨୬ ଲକ୍ଷ ୭୬ ହଜାର ଲୋକଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହିତ ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ । ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ।

Post a Comment

Previous Post Next Post