ବୌଦ୍ଧ,(ଆଜତକ୍ ଓଡ଼ିଶା) ଅପରାହ୍ନ ୪ ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲା ପାଳ ବବିତା ରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଘଟଣାମୂଳକ ପଏଣ୍ଟ ଉପରେ ପ୍ରତ୍ୟେକ ବିଭାଗର ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲା ପାଳ,ସେକ୍ସନ ଅଫିସରଙ୍କୁ ଏହାର ଉପସ୍ଥାପନା ଏବଂ ଶିଘ୍ର ସମାଧାନ ପାଇଁ ଅତିରିକ୍ତ ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚାଷୀମାନେ ଜମିରେ ୮୫% ପ୍ରତିଶତ ପାଚିଲା ଧାନକୁ କାଟି ଖଳାକୁ ଆଣି ଜରି ଘୋଡେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ତହସିଲଦାର, ଜିଲ୍ଲା କୃଷି ଅଧିକାରୀ,ବିଡିଓମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ନିଜ ନିଜ ଅଞ୍ଚଳର ଚାଷୀମାନଙ୍କୁ ସତର୍କ ସୂଚନା ଦେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରିଚୟପତ୍ର ପ୍ରଦାନ ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ବ୍ୟକ୍ତିଗତ ମାମଲାଗୁଡିକ ସମାଧାନ,ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗୁଡିକ ତୁରନ୍ତ ଫଇସଲା, ସମସ୍ତ ଅଧିକାରୀ ପ୍ରତିଦିନ ମେଲ ଯାଞ୍ଚ କରିବା,ବିଧାନସଭାରୁ ଆସୁଥିବା ପ୍ରଶ୍ନର ଉତ୍ତର ତୁରନ୍ତ ପ୍ରସ୍ତୁତ କରି ଦେବା,ସୂଚନା ଅଧିକାର ମାମଲାଗୁଡିକ ତୁରନ୍ତ ତଥ୍ୟ ପ୍ରଦାନ କରିବା,କ୍ଷମା ପ୍ରାର୍ଥନା ମାମଲା ଗୁଡିକ ତୁରନ୍ତ ସମାଧାନ,କର୍ମଚାରୀଙ୍କ ସରକାରୀ ଆବାସ ମରାମତି, ପଡି ରହିଥିବା ଫାଇଲ ଗୁଡିକ ତୁରନ୍ତ ଫଇସଲା କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତିମାସର ଦ୍ୱିତିୟ ଶୁକ୍ରବାର ଦିନ ଏହି ବୈଠକ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବୈଠକରେ ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ,ଝରଣା ପ୍ରଧାନ,ସ୍ଥାପନା ଅଧିକାରୀ ଶାନ୍ତିସୁଧା ପାତ୍ର,ଜିଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ,ଜମି ଅଧିଗ୍ରହଣ ଭୂଉନ୍ନୟନ ଅଧିକାରୀ ସତ୍ୟଜିତ ମହାପାତ୍ର ଓ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ନିଜାରତ,ତାଉଜି,ନିର୍ବାଚନ,ସାଧାରଣ ଓ ବିବିଧ,ଉନ୍ନୟନ,ସମାଜ ମଙ୍ଗଳ,ଜିଲ୍ଲା ପଞ୍ଚାୟତ,ଅଦାଲତ, ବିଭାଗର ସେକ୍ସନ ଅଫିସରମାନେ ଉପସ୍ଥିତ ଥିଲେ ।
ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ବିଭାଗର ସମୀକ୍ଷା ବୈଠକ
ଆଜତକ ଓଡ଼ିଶା
0
Post a Comment