ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିଚାରଣ ସଭା


ବୌଦ୍ଧ,(ଆଜତକ୍ ଓଡ଼ିଶା) : ବଲାଙ୍ଗିର ଜିଲ୍ଲା ର ଜଣାଶୁଣା ବରିଷ୍ଠ ସାମ୍ବାଦିକ,ସାହିତ୍ୟିକ,ସଂଗଠକ ଓ ନାଟ୍ୟକାର ସତ୍ୟନାରାୟଣ ବେହେରାଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଥିବାବେଳେ ବୌଦ୍ଧଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା  ଷ୍ଟାଡିୟମ ପରିସରସ୍ଥିତ ଜିଲ୍ଲା  କ୍ରିଡା ସଂସଦ କାର୍ଯ୍ୟାଳୟଠାରେ ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତା କରି ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବେହେରାଙ୍କ ବିୟୋଗ ରାଜ୍ୟର ସାମ୍ବାଦିକତା କ୍ଷେତ୍ରର ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ । ସ୍ୱର୍ଗତ ବେହେରା କେବଳ ଜଣେ ପ୍ରବୀଣ ସାମ୍ବାଦିକ ନଥିଲେ ସେ ଜଣେ ସୁସଂଗଠକ,ସାହିତ୍ୟିକ ଓ ଚଳଚିତ୍ର ଅଭିନେତା, ନାଟ୍ୟକାର ଭାବରେ ସୁନାମ ଅର୍ଜନ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ହରେକୃଷ୍ଣ ମହତାବ ଓ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟରେ ସେ ସକ୍ରିୟ ସାମ୍ବାଦିକତା କରିବା ସହିତ ସୁନାମ ଅର୍ଜନ କରିଥିଲେ । ଯୁବ ସାମ୍ବାଦିକମାନଙ୍କ ପାଇଁ ଆଦର୍ଶ ପାଲଟିଥିବା ସ୍ୱର୍ଗତ ବେହେରା ବଲାଙ୍ଗିର ଜିଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ । ତାଙ୍କରି ବିୟୋଗରେ ବୌଦ୍ଧଜିଲ୍ଲା ର ସାମ୍ବାଦିକ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ଏହି ସ୍ମୃତିଚାରଣ ବୈଠକରେ  ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ,ସଂପଦ କୁମାର ଅଗ୍ରୱାଲା,ପ୍ରମୋଦ କୁମାର ବାଘ,ସମରେଶ ମିଶ୍ର,ଦେବାଶିଷ ପୁରୋହିତ,ସଜ୍ଜନ କୁମାର ଅଗ୍ରୱାଲା,ଧବଳେଶ୍ୱର ମହାପାତ୍ର,ରବିନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ ।

Post a Comment

Previous Post Next Post