ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଙ୍କ ହୃଦଘାତ ରେ ମୃତ୍ୟୁ,ଫୁଟବଲ ପ୍ରେମୀ ଙ୍କ ମହଲ ରେ ଶୋକ ର ଛାୟା


ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା (ଆଜତକ୍ ଓଡ଼ିଶା) ଓଡିଶା ପୋଲିସ ଫୁଟବଲ ଦଳର ପ୍ରାକ୍ତନ ଫୁଟବଲ ଖେଳାଳି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ବିଶେଶ୍ବର ଭୋକ୍ତା (ନକୁଳା ବାବୁ ) ଙ୍କ ଗତ କାଲି ରାତିରେ ୭୨ ବର୍ଷ ବୟସରେ ହୃଦଘାତ ରେ ମୃତ୍ୟୁ ହୋଇଯାଇଛି! ଏହି ଘଟଣା ଜଣାପଡିବା ପରେ ଆଜି ସକାଳୁ ଜିଲ୍ଲା ର କୋଣ ଅନୁକୋଣ ରୁ ବହୁ ସଂଖ୍ୟାରେ ଫୁଟବଲ ପ୍ରେମୀ,ପୋଲିସ ବାହିନୀ ଓ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତି ପୁରୁଣାକଟକ ବାସଭଵନ ରେ ପହଁଚି ଶ୍ରାଦ୍ଧଞ୍ଜଳି ଜ୍ଞାପନ ସହ ଶେଷ ଦର୍ଶନ କରିଥିଲେ! ଗତ କାଲି ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ପୁରୁଣା କଟକ ଓ ପରେ କଟକ ନିଆଯାଉଥିଲା ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା !ଶ୍ରୀ ଭୋକ୍ତା ଓଡିଶା ପୋଲିସ  ଫୁଟବଲ ଦଳରେ ଜଣେ ଆଗ ଧାଡ଼ିର ଖେଳାଳି ଥିଲେ!ସେ ୮୦ ଦଶକରେ  ନେପାଳ ଶ୍ରୀଲଙ୍କା ଆଦି ଦେଶ କୁ ଦଳ ପକ୍ଷରୁ ଖେଳି ବିଜୟୀ କରାଇଥିବା ସହ ଦେଶ ର ବିଭିନ୍ନ ରାଜ୍ୟ ରେ ବହୁ ମ୍ୟାଚ ଖେଳି ଓଡିଶା ର ନାଁ ରଖିଥିଲେ! ଅବସର ଗ୍ରହଣ ପରେ ମଧ୍ୟ  ଫୁଟବଲ ଖେଳାଳି ଙ୍କୁ  କୋଚିଂ ଦେବାସହ ଖେଳ ପ୍ରତି ଆଗ୍ରହ ବଢାଇବା ପାଇଁ ଅବିରତ ଚେଷ୍ଟା କରି ଆସୁଥିଲେ! ପୁରୁଣାକଟକ ଫୁଟବଲ ଆସୋସିଏସନ ର ଉପଦେଷ୍ଟା ଭାବେ ପ୍ରତିବର୍ଷ ଜାତୀୟ ଓ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ ର ଆୟୋଜନ କରିଆସୁଥିଲେ! ତାଙ୍କର ବିୟୋଗରେ ଏହି ଅଞ୍ଚଳର ଜଣେ ଫୁଟବଲ କିମ୍ବଦନ୍ତୀ ପୁରୁଷକୁ ହରାଇଲା ବୋଲି ଆସୋସିଏସନ ର କର୍ମକର୍ତ୍ତା କହିଛନ୍ତି।

Post a Comment

Previous Post Next Post