କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା), ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମହାନ୍ତିପଡାରେ ଡ୍ରେନ କାମ ଆରମ୍ଭ ହୋଇଯାଇଛି । କଂଟାବାଞ୍ଜି ସହରର ଜଣେ ଠିକାଦାର କାମ କରୁଥିବା ବେଳେ ଡ୍ରେନ ତିଆରି ପାଇଁ ମାଟି ଖୋଲିବା ଆରମ୍ଭ କରି ସାରିଲେଣି । ହେଲେ ବର୍ତମାନ ସମୟରେ ସେହି ଖାଳରେ ପାଣି ଭର୍ତି ରହୁଥିବା ଯୋଗୁ ଲୋକଙ୍କୁ ଅସୁବିଧା ହେଉଥିବା ମହାନ୍ତିପଡାର ଜଣେ ଯୁବକ ଅଭିଯୋଗ କରିଛନ୍ତିି । ଯୁବକ ଜଣକ ନିଜର ଅଭିଯୋଗ ଏନଏସି ତିଆରି କରୁଥିବା ୱାଟ୍ସଅପ ଗ୍ରୃପରେ କରିଥିବା ବେଳେ ଏହି ଗ୍ରୁପରେ ଜଣେ ଲୋକ ନାଲି ଆଖି ଦେଖାଇଲା ଭଲି ଗ୍ରୃପରେ ଲେଖିଥିବା ଦେଖିବାକୁ ମିଲିଛି । ପରବର୍ତି ସମୟରେ ସେହି ଲୋକ ସେମେଜକୁ ଡିଲିଟ କରି ଦେଇଥିବା ଦେଖାଯାଇଛି । ମହାନ୍ତିପଡାର ଯୁବକ ସଲମାନ ମନହିରା ଏକ ଫଟୋ ଅପଲୋଡ କରି ୪ ଦିନ ହେବ ତାଙ୍କ ପଡାରେ ଡ୍ରେନ ତିଆରି ପାଇଁ ମାଟି ଖୋଲାଯାଇଥିବା ବେଳେ ସେହି ଖାଳରେ ପାଣି ଜମୁଥିବା ଲେଖିଥିଲେ । ପାଣି ଜମୁଥିବା ଯୋଗୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ଅଭିଯୋଗ କରିଥିଲେ । ଏହି ମେସେଜ ସଲମାନ ମନହିରା କରିବା ପରେ ୯୭୩୭୯୫୩୬୭୪ ରୁ ସଲମାନ ମନହିରାଙ୍କୁ ବ୍ୟକ୍ତଗତ ଆକ୍ଷେପ କରି ଇନ୍ଦିରା ଛକରେ ଥିବା ତାଙ୍କ ଚପଳ ଦୋକାନ ଉପରେ ଅଭିଯୋଗ କରିଥିଲେ । ଦୋକାନ ଯୋଗୁ ଲୋକଙ୍କୁ ଅସୁବିଧା ହେଉଛି ବୋଲି କହିଥିଲେ । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରି ଏହି ଉପରେ ଧ୍ୟାନ ଦେବାକୁ ମଧ୍ୟ ମେସେଜରେ ଲେଖାହୋଇଥିଲା । ସଲମାନ ମନହିରା ମହାନ୍ତିପଡାରେ ମ।।ଟି ଖୋଲା ହୋଇଥିବା ଏବଂ ସେହି ଖାଳରେ ପାଣି ଜମା ହୋଇଥିବା ଯୋଗୁ ଲୋକଙ୍କୁ ଅସୁବିଧା ହେଉଛି ବୋଲି ପୁଣି ମେସେଜ କରିବା ପରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବି ଦୋକାନର ବୋଲି ଏକ ପ୍ରକାର ନାଳି ଆଖି ଦେଖାଇଥିଲା ଭଲି ସେମେଜ କରିଲେ ସୁନିଲ ଶର୍ମା । ଯଦି ସୁନିଲ ଶର୍ମା ଠିକ ସେମେଜ କରିଥିଲେ ତେବେ ସେ କାହିକିଁ ମେସେଜକୁ ଡିଲିଟ କରି ଦେଇଥିଲେ । ଏଠାରେ ଏକ ବଡ ପ୍ରଶ୍ନ ଉଠୁଛି ସୁନିଲ ଶର୍ମା କଣ ଏହି ଡ୍ରେନ କାମ କରିବାକୁ ଏନଏସିରୁ ଅନୁମତି ପାଇଛନ୍ତି । ନାଁ ସେ ଠିକାଦାର । ଯଦି କୌଣସି ଲୋକ ନିଜର ପଡାରେ ହେଉଥିବା ଅସୁବିଧା ପ୍ରଶାସନକୁ ଦୃଷ୍ଟି ଅକର୍ଷଣ କରେ ତେବେ ବ୍ୟକ୍ତିଗତ ଆକ୍ରମଣ କରିବା ଭଲି ଉକ୍ତ ବ୍ୟକ୍ତ ଜଣକ କାହିକିଁ ଏଭଲି ମେସଜ କରି ପୁଣି ମେସେଜ ଡିଲିଟ କରିଦେଲେ । ସୁନିଲ ଶର୍ମା ସବୁ ସମୟରେ ନିଜର ଦବଦବା ଦେଖାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥାଏ । ବେହେରେନସିଲଟ ଗାଁ ରାସ୍ତା ନିର୍ମାଣ ପ୍ରସାରିତ ଖବର ଏନଏସି ଗ୍ରୁପରେ ଅପଲୋଡ କଲେ କଣ କାହିକିଁ ତାଙ୍କ ମନ କୁ କଷ୍ଟ ହୁଏ ଯେ ସେ ସେହି ଖବର ଓ ରାସ୍ତା ନିର୍ମାଣ ଉପରେ ଆଙ୍ଗୁଠି ଉଠାଇଥାନ୍ତି । ବୋଧେ ଅନ୍ୟ ମାନଙ୍କ ଉନ୍ନତି ଏହି ସୁନିଲ ଶର୍ମା ବାବୁ ସହ୍ୟ କରି ପାରନ୍ତି ନାହିଁ ।
Post a Comment