ସମ୍ଭାବିତ ବାତ୍ୟା ପାଇଁ ଜିଲ୍ଲାପାଳଙ୍କୁ ଏସଆରସି ପକ୍ଷରୁ ସତର୍କ ସୂଚନା ଜାରି


ଭୁବନେଶ୍ୱର,(ଆଜତକ୍ ଓଡ଼ିଶା): ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଆସୁଥିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଏସବୁ ଭିତରେ ଏସଆରସି ବିଭିନ୍ନ ଜିଲ୍ଳାର ଜିଲ୍ଲାପାଳଙ୍କୁ  ସତର୍କ ସୂଚନା ଜାରି କରିବା ସହ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ।

ଜିରୋ କାଜୁଆଲିଟିର ମିଶନ ନେଇ କାମ କରୁଥିବା ରାଜ୍ୟ ସରକାର ବାତ୍ୟା ପୂର୍ବରୁ ପୂରା ସ୍ଥିତି ଉପରେ କଡା ନଜର ରଖିଛନ୍ତି । ତଳିଆ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ସମ୍ଭାବନା ଥିବାରୁ ଏହା ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ପରିପକ୍ୱ ଧାନ ଫସଲର ସମ୍ପୂର୍ଣ୍ଣ ଅମଳ କରି ନିଆଯିବା ସହିତ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ଚ‌ାଷୀଙ୍କୁ ପରାମର୍ଶ ଦିଆଯାଇଛି | ୩ ତାରିଖ ରାତିରୁ ସମୁଦ୍ର ଭୀଷଣ ଅଶାନ୍ତ ହେବାକୁ ଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ଫେରି ଆସିବାକୁ କୁହାଯାଇଛି । ତେବେ ଦକ୍ଷିଣ ଥାଇଲ୍ୟାଣ୍ଡ ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ ଓ ୩ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ।

Post a Comment

Previous Post Next Post