କଂଟାବାଞ୍ଜି , (ଆଜତକ୍ ଓଡ଼ିଶା) , ଭାରତୀୟ କମ୍ୟୂନିଷ୍ଟ ପାର୍ଟି ସିପିଆଇ ପକ୍ଷରୁ ୧୩ ଦଫା ଦାବୀ ନେଇ କଂଟାବାଞ୍ଜି ତହସିଲ ଅଫିସ ଘେରାଉ କରାଯାଇଥିଲା । ସିପିଆଇ କଂଟାବାଞ୍ଜି ଆଂଚଳିକ କମିଟିର ଶତାଧିକ ମହିଲା ପୁରୁଷ ପୁର୍ବତନ ଜିଲ୍ଲା ସହ ସଂପାଦକ ଗୋପାଲ ଭୋଇଙ୍କ ନେତୃତ୍ୟରେ ସ୍ଥାନିୟ ସାପ୍ତାହିକ ବଜାର ରୁ ସହରର ମୁଖ୍ୟ ରାସ୍ତା ଦେଇ ଶୋଭାଯାତ୍ରାରେ ତହସିଲ ଅଫିସ ପହଂଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୁର୍ଦ୍ଧରେ ନାରାବାଜି କରିଥିଲେ । ଆଦିବାସି ଦଳିତ ମାନଙ୍କୁ ଦଖଲ ଜମି ପଟ୍ଟା ପ୍ରଦାନ, ବାଦ ପଡିଥିବା ଗରିବ ଲୋକଙ୍କୁ ରାସନ କାର୍ଡ ଯୋଗାଇଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ ଲକ୍ଷ ଟଂକା ମଂଜୁରକରି ସମସ୍ତ ଗରିବ ଲୋକଙ୍କୁ ଘର ଯୋଗାଇବା, ସମସ୍ତ ଆଦିବାସି ଦଳିତ ମୁଲିଆ ଚାଷି ମାନଙ୍କୁ ୫୫ ବର୍ଷରେ ୩ ହଜାର ଟଂକା ପେନସନ ପ୍ରଦାନ କରିବା, ମୁଲିଆ ମାନଙ୍କ ୨୦୦ ଦିନର କାମ ଯୋଗାଇ ଦିଆଯିବା ସହ ୬ ଟଂକା ମଜୁରି ଧାର୍ଯ୍ୟ କରିବା,
ଆଦିବାସି ଦଳିତ କ୍ଷେତ ମୁଲିଆ ଉପରେ ହେଉଥିବା ସାମାଜିକ ନିର୍ଯ୍ୟାତନା ବନ୍ଦ କରିବା, ନିତ୍ୟ ବ୍ୟବହାର କାର୍ଯ୍ୟ ଜିନିଷ ଦରଦାମ ହ୍ରାସ କରାଯାଉ, ସମସ୍ତ କୃଷି ଋଣ ଛାଡ କରାଯାଉ , ଧାନ କୁଇଣ୍ଟାଲ ୩ ହଜାର ଟଂକା ଧାର୍ଯ୍ୟ କରାଯାଉ, ଜଳ ସେଚନ ବ୍ୟବସ୍ଥା ତ୍ୱରାନିତ କରାଯାଉ, କ୍ଷେତ ମୁଲିଆଙ୍କ ପାଇଁ କେନ୍ଦ୍ରିୟ ଆଇନ ପ୍ରଣୟନ କରାଯାଉ, ବିପିଏଲ କାର୍ଡ ସମସ୍ତଙ୍କୁ ପ୍ରଦାନ କରାଯାଉ , ପାଚିକା ଆଶା ଅଙ୍ଗନବାଡି କର୍ମୀ ମାନଙ୍କ ମାସିକ ପାଉଣା ୧୮ ହଜାର କରାଯିବ ଭଲି ୧୩ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ଅନୁପସ୍ଥିତ ଯୋଗୁ ଅଫିସ କିରାଣିଙ୍କୁ ପ୍ରଦାନ କରିଥିଲେ । ଏହି ଘେରାଉରେ ସିପିଆଇ ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ଖଗସା ଶାଖା ସଂପାଦକ ଉତ୍ତମ ମଲ୍ଲିକ, ପାଣ୍ଡବ ଭୋଇ, କମଲଲୋଚନ ଭୋଇ ସହ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment