ମିସ ଟିନ ଇଣ୍ଡିଆ ଆଇରନ ଗର୍ଲ ସବ-ଟାଇଟଲ ବିଜେତା ହେଲେ- ଓ ସୋନପୁର ମୋଡେଲ ଡିଗ୍ରୀ କଲେଜ ର ଗୌରବ ବଢ଼ାଇଲେ ତନିଷା

  


ରିପୋର୍ଟର//ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା) ନୂଆଁଦିଲ୍ଲୀ ସ୍ଥିତ ପାମଗ୍ରୀନ ପଞ୍ଚତାରକା ହୋଟେଲ ରେ ଅକ୍ଟୋବର ୨୯ ତାରିଖରେ  ଅନୁଷ୍ଠିତ ମିଷ୍ଟର ଏବଂ ମିସ ଟିନ ଇଣ୍ଡିଆ ୨୦୨୧ ପ୍ରତିଯୋଗିତାରେ  ସୋନପୁର ମୋଡେଲ ଡିଗ୍ରୀ କଲେଜ ର ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ରୀ  ତଥା ବୌଦ୍ଧ ଜିଲ୍ଲା ମନମୁଣ୍ଡା ର ଝିଅ ତନିଶା ଅଗ୍ରୱାଲ (୧୭) ମିସ ଟିନ ଇଣ୍ଡିଆ ଆଇରନ ଗର୍ଲ  ୨୦୨୧ ସବ- ଟାଇଟଲ ବିଜେତା ହୋଇଛନ୍ତି।ଏଲି କ୍ଲବ ମିସ ଟିନ ଇଣ୍ଡିଆ ଆଇରନ ଗର୍ଲ ୨୦୨୧ ଆୱାର୍ଡ ୟୁବିକା ଚୌଧୀରି  ତରଫରୁ ଆୟୋଜିତ ଏହି  ନେସେନାଲ ଲେବେଲ ପ୍ରତିଯୋଗିତା ପାଇଁ  ଫାଷ୍ଟ  ରାଉଣ୍ଡ ରେ ଦେଶସାରା ୧୨ ଟି ସିଟି ରେ ଅଡିସନ ହୋଇଥିଲା । ଭୁବନେଶ୍ୱର ରେ ଅନୁଷ୍ଠିତ ଏହି ଅଡିସନ ରେ ହଜାର ହଜାର ଝିଅ ମାନଙ୍କ ମଧ୍ୟରୁ ତନିଶା ମନୋନୀତ ହୋଇ ଦିଲ୍ଲୀ ସ୍ଥିତ ରେଡିଏସନ ବ୍ଲୁ ହୋଟେଲ ରେ ଅନୁଷ୍ଠିତ ଦ୍ଵିତୀୟ ରାଉଣ୍ଡ କୁ ଯାଇଥିଲେ ଏବଂ ସେଠା ରୁ  ୩୫୦ ଜଣ  ପ୍ରତିଯୋଗୀ ଙ୍କ ମଧ୍ୟ ରୁ  ଫାଇନାଲ  ରେ  ୫୭ ଜଣ ଝିଅ ଙ୍କୁ ମନୋନୀତ କରାଯାଇଥିଲା। ଏହି ଫିନାଲେ ପ୍ରତିଯୋଗିତା ରେ ସୋନପୁର ମୋଡେଲ ଡିଗ୍ରୀ କଲେଜ ର  ଯୁକ୍ତ  ତିନି କଳା ପ୍ରଥମ ବର୍ଷ ରେ ପଢ଼ୁଥିବା ତନିଶା ଅଗ୍ରୱାଲ ଭାଗ ନେଇ ମିସ ଟିନ ଇଣ୍ଡିଆ ସବ- ଟାଇଟଲ ବିଜେତା ପୁରସ୍କାର ପାଇ   ନିଜ କଲେଜ ଓ ନିଜ ଗ୍ରାମ ମନମୁଣ୍ଡା ତଥା  ସୁବର୍ଣ୍ଣପୁର ବୌଦ୍ଧ ଉଭୟ ଜିଲ୍ଲା  ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ତନୁଷା ଙ୍କ ସମେତ  ଫାଇନାଲ ରାଉଣ୍ଡ ରେ  ଓଡିଶା ର ତିନି ଜଣ ଏ ପୁରସ୍କାର ପାଇଛନ୍ତି । ଆୱାର୍ଡ ପାଇ  ଘର କୁ ଫେରିବା ପରେ  ମନମୁଣ୍ଡା  ସୋନପୁର ରେ ଖୁସିର ଲହରୀ ଖେଳି ଯାଇଛି ଓ  ତାଙ୍କ ସହପାଠୀ ,ବନ୍ଧୁବାନ୍ଧବ, ସ୍ତାନୀୟବାସିନ୍ଦା ତନିଶା କୁ ଶୁଭେଚ୍ଛା  ଜ୍ଞାପନ କରିବା ସହିତ  ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା  ର  ସଭାପତି  ଲକ୍ଷ୍ମୀ ନାରାୟଣ ମେହେର , ଉପଦେଷ୍ଟା  ସୟଦ ଇସଲାମ, ଉପ ସଭା ନେତ୍ରୀ ଇନ୍ଦୁମତୀ ପୁରୋହିତ  ଙ୍କ ସମେତ  ସମସ୍ତ କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି । 


 ପ୍ରକାଶ ଥାଉ କି ଯେ  ତନିଷା  ସୋନପୁର ରେ ଅନେକ ସମ୍ବଲପୁରୀ ଫେସନ ସୋ ରେ ଭାଗ ନେବା ସହିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରତି ବର୍ଷ ବାର୍ଷିକଉତ୍ସବ ରେ ନିଜେ ଖୁବ ଆକର୍ଷଣୀୟ ଦାଣ୍ଡିଆ ନାଚ ପ୍ରଦର୍ଶନ କରିବା ସହ  ଛାତ୍ରୀ ମାନଙ୍କୁ ଦାଣ୍ଡିଆ ନାଚ ପ୍ରଶିକ୍ଷଣ  ଦେଉଥିଲେ । ଓ ସେ ଏ ସ୍କୁଲ ରେ ଓଡିଶୀ ନୃତ୍ୟ ପରିବେଷଣ  କରିବା ସହ  ସୋନପୁର ରାଜ କଲେଜ ରେ ବିଭିନ୍ନ ଉତ୍ସଵ ରେ ସୁନ୍ଦର ଆଙ୍କରିଂ କରି ଖୁବ ନାଁ କରିଥିବା ଜଣାଯାଇଛି   ୨୦୨୦ ଫେମିନା ମିସ ଇଣ୍ଡିଆ ରେ ଭାଗ ନେଇ  ସେକେଣ୍ଡ ରାଉଣ୍ଡ କୁ  ପହଂଚି  ତନିଷା  କୋଭିଡ ର ପରିସ୍ଥିତି ପାଇଁ  ଆଉ ଆଗକୁ  ଯାଇ ପାରି ନ ଥିଲେ  ଏବଂ  ମିସ ଇଣ୍ଡିଆ କୁଇନ ଅଫ ଦି ହାର୍ଟ  ପ୍ରତିଯୋଗୀତା ରେ  ଦିଲ୍ଲୀ ରେ ପୂର୍ବରୁ ଭାଗ ନେଇ  ଟପ - ୫ ସ୍ଥାନ କୁ ପହଂଚି  ପୁରସ୍କୃତ ହୋଇଥିଲେ । ଏ ସବୁ ସାଧନା ଭିତରେ କିଛି କିଛି  ସମୟ ବାହାର କରି  ବାପା  ଙ୍କ  ବ୍ୟସ୍ତ ବହୁଳ ବଡ଼ ବ୍ୟବସାୟ ରେ  ମଧ୍ୟ  ସହଯୋଗ କରନ୍ତି  ତନିଷା   ତନିଶା ମନମୁଣ୍ଡା ର ବିଶିଷ୍ଟ ବ୍ୟବସାୟୀ ତଥା  ସ୍ୱଚ୍ଛ ଭାରତ ସଂଗଠନ  ସୋନପୁର -ମନମୁଣ୍ଡା ର ଉପଦେଷ୍ଟା ରାମଚନ୍ଦ୍ର ଅଗ୍ରୱାଲ  ଓ  ରୀନା ଅଗ୍ରବାଲ ଙ୍କ  କନିଷ୍ଠ ଝିଅ ଅଟନ୍ତି। ସ୍ମାର୍ଟ ଗର୍ଲ ମିସ ତନିଷା  ଏ ସବୁ ସଫଳତା ର ଶ୍ରେୟ  ଗୁରୁଜୀ ସଞ୍ଜୟ ସାହୁ,  ବାପା ମା ଭାଇ ଭଉଣୀ ଓ ଗୁରୁଜନ ଙ୍କୁ ଦେଇଛନ୍ତି । ଓ ସମସ୍ତ ଶୁଭେଛୁ ଙ୍କୁ କୃତଜ୍ଞତା ଜଣାଇ ଆହୁରି ପ୍ରେରଣା ଓ ଆଶୀର୍ବାଦ ମାଗିଛନ୍ତି।

Post a Comment

Previous Post Next Post