ଡାକ୍ତର ଓ ଡାକ୍ତରୀ ଅଫିସର ଙ୍କ ଗୁଣ୍ଡାରାଜ



ରିପୋର୍ଟର//ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର ଓ ସୁଶାନ୍ତ କୁମାର ବେହେରା

ବୌଦ୍ଧ,(ଆଜତକ୍ ଓଡ଼ିଶା) ଡାକ୍ତର ରୋଗୀସେବା ଛାଡି ନିଜ ରୋଗୀଙ୍କୁ ବେଡରେ ରଖିବା ପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ବେଡରୁ ଗାଳିଗୁଲଜ କରି ଜୋରଜବରଦସ୍ତ  ଧକ୍‌କା ମାରି ତଡିଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି  ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ! ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି । ବେଦନାରେ ଛଟପଟ ହେଉଥିବା ଗର୍ଭବତୀ ମହିଳାଙ୍କୁ ଧରି ମାଆ ସନ୍ତୋଷିନି ସେଠୀ ଡାକ୍ତରଖାନା ବାହାର ଗେଟରେ ଅସହାୟ ଅବସ୍ଥାରେ ବସିଥିଲେ । ଦାମୋଦରପୁର  ଗ୍ରାମର ଜଣେ ଗର୍ଭବତୀ ମହିଳା ପ୍ରସବ ଜନ୍ତ୍ରଣା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । 


ତାଙ୍କୁ ଅନ୍ୟ ଜଣେ ଡାକ୍ତର ଚିକିତ୍ସା କରୁଥିଲେ । ଆଜି ସଂନ୍ଧ୍ୟାରେ ଡ୍ୟୁଟିରେ ଥିବା ଡାକ୍ତର ଦେବାନନ୍ଦ ସୁବୁଦ୍ଧି ନିଜେ ଚିକିତ୍ସା ଯୋଗାଉଥିବା ଅନ୍ୟ ଜଣେ ଗର୍ଭବତୀ ମହିଳା ରୋଗୀଙ୍କୁ ବେଡରେ ରଖିବା ପାଇଁ ସେହି ଗର୍ଭବତୀ ମହିଳାଙ୍କୁ ତୁ ମୋର ପେସେଣ୍ଟ ନୁହଁ, ବେଡ ଖାଲି କରିଦେ କହି ଜୋର ଜବରଦସ୍ତ ଧକ୍‌କା ମାରି ତଡିଦେଇଥିବା ନେଇ ଅଭିଯୋଗ କରିଛନ୍ତି ରୋଗୀଙ୍କ ମାଆ ସନ୍ତୋଷିନି ସେଠୀ । ଏହି ଘଟଣା ନେଇ ଡାକ୍ତରଖାନା ପରିସରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଅନ୍ୟପକ୍ଷରେ ମୁଁ କୌଣସି ଖରାପ ବ୍ୟବହାର ଦେଖାଇନାହିଁ , ଗର୍ଭବତୀ ମହିଳା ଜଣକ ଗୁରୁତର ରହିଥିବାରୁ ତାଙ୍କୁ ସହଯୋଗ କରିବାକୁ କହିଥିଲି ବୋଲି ସଫେଇ ଦେବା ସହ କ୍ୟାମେରା ସମ୍ମୁଖରେ କହିବାକୁ ମନା କରିଦେଇଥିଲେ ଡାକ୍ତର ସୁବୁଦ୍ଧି । ସିଡିଏମ୍‌ଓ ସାମ୍ବାଦିକ ମାନଙ୍କ ଠାରୁ ଏସଂପର୍କରେ ଖବର ପାଇ ଏଡିଏମ୍‌ଓଙ୍କୁ ହସ୍ତକ୍ଷେପ କରିବାକୁ କହିଥିଲେ । ଏଡିଏମ୍‌ଓ ଘଟଣା ସ୍ଥଳରେ ପହଂଚି ରୋଗୀଙ୍କ ସହ କଥା ହେବ ସମୟରେ ହଠାତ ଉତ୍ୟକ୍ତ ହୋଇ ରୋଗୀଙ୍କ ଜଣେ ସମ୍ପର୍କୀୟଙ୍କ ଗଳାକୁ  ଧରି ପକାଇଥିବା ଅଭିଯୋଗ ମଧ୍ୟ  ହୋଇଅଛି ।ଏହି ଘଟଣା କୁ କେନ୍ଦ୍ର କରି ବୌଦ୍ଧ ଡାକ୍ତର ଖାନା ରେ ଥିବା ଏହି ୨ଜନ ଗାଇନିଙ୍ଗ ଡାକ୍ତର ବହୁ ବାର ଏମିତି ରୋଗୀଙ୍କୁ ବ୍ୟବହାର ଓ ଚିକିତ୍ସା ରେ ଅବହେଳା ଏବଂ ଡାକ୍ତର ଖାନା ରେ ରୋଗୀଙ୍କୁ  ସେବା ଛାଡି ଡରାଇ ଗାରିବ ରୋଗୀଙ୍କୁ   ନିଜ ନିଜ କ୍ଲିନିକ ଅତ୍ୟଧିକ ପଇସା ନେଇ ଚିକିତ୍ସା କରୁଥିବା ର ମଧ୍ୟ ଅଭିଯୋଗ ରହିଛି!ଏବଂ ଏହି ସବୁ ସାହସ ଉଚ୍ଚ ପଦସ୍ଥ ଅଧିକାରୀ ଦେଉଥିବା ର ସନ୍ଦେହ ସୃଷ୍ଟି ହେଉଛି ବୁଦ୍ଧି ଯିବି ମହଲରେ!ଏଣୁ ଏହାଉପରେ ବୌଦ୍ଧ ଜିଲ୍ଲା ପାଳ ପ୍ରଶାସନ ଦୃଷ୍ଟି ଦେଇ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ବାସୀଙ୍କ ଅଭିଯୋଗ ହେଉଛି।

Post a Comment

Previous Post Next Post