ପଞ୍ଚମ ପ୍ରତିଷ୍ଠା ସପ୍ତାହ ପାଳନ ଦ୍ୱିତୀୟ ଦିନରେ କୋଭିଡ୍-୧୯ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ

   

ସୁବର୍ଣ୍ଣପର,(ଆଜତକ୍ ଓଡ଼ିଶା) ସୁବର୍ଣ୍ଣପର ଜିଲ୍ଲା ର ଅଗ୍ରଣୀ ସ୍ବେଛସେବୀ ଅନୁଷ୍ଠାନ ଯୁବ ମହାସଂଘ ଉଲୁଣ୍ଡା ର ପଞ୍ଚମ ପ୍ରତିଷ୍ଠା ସପ୍ତାହ ପାଳନ ଅବସରର ଆଜି ଦ୍ୱିତୀୟ ଦିନରେ ନକଡେଇଁ ଠାରେ କୋଭିଡ୍-୧୯ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା। ଏହି କାଯ୍ୟକ୍ରମ କୁ ଯୁବ ମହାସଂଘ ଉଲୁଣ୍ଡା ର ସହ ସମ୍ପାଦକ ବିଶ୍ୱଜିତ୍ ପାତ୍ର ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟ ଅତିଥି ଭାବରେ ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବ୍ଲକ ଡାଟା  ମେନେଜର ଶ୍ରୀଯୁକ୍ତ ରାଜେନ୍ଦ୍ର  ଦେହେରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ବିଶ୍ବରଂଜନ ପୁରୋହିତ ଡେ଼ଭଲମେଣ୍ଟ ଅଫିସର (ଏନ ଆର୍ ଏମ୍) ଓ ସୁଚରିତା ନାଏକ ଡେ଼ଭଲମେଣ୍ଟ ଅଫିସର (ଲିଭିଲିହୁଡ) ଯୋଗ ଦେଇଥିଲେ।


 ଏହି କାଯ୍ୟକ୍ରମ କୁ ସମ୍ଭୂରାଜ୍ କର୍ଣ୍ଣ ପରିଚାଳନା କରିଥିଲେ । ଏହି କାଯ୍ୟ କ୍ରମ ମାଧ୍ୟମ ରେ ଲୋକ ମାନେ କିପରି କୋଭିଡ୍ -୧୯  ର ମୁକାବିଲା କରିବା ସହ ଉନ୍ନତ ମାନର ଜୀବନ ଜୀବିକା କରି ପାରିବେ ସେ ବିଷୟରେ ଲୋକ ମାନଙ୍କୁ ବୁଝାଇ ଥିଲେ ତା ସହ ଜଙ୍ଗଲ ସୁରକ୍ଷା କିପରି ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି କାଯ୍ୟକ୍ରମ ରେ ଯୁବ ମହାସଂଘ ଉଲୁଣ୍ଡା ର  ଉପ ସଭାପତି ଶ୍ରୀ ଇନ୍ଦ୍ରମଣି ପଧାନ , ସମ୍ପାଦକ ତଥାଗତ ମହାକୁଡ , ହୃଷୀକେଶ ଦେହେରୀ, ସରୋଜ ବିଶ୍ଵାଳ, ସୁଶୀଲ ଥାଟି, ଚିନ୍ତାମଣି ଆଚାର୍ଯ୍ୟ, ରାଧେଶ୍ୟାମ ପାଣିଗ୍ରାହୀ , ସହ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।

Post a Comment

Previous Post Next Post