ରିପୋର୍ଟର : ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର
ବୌଦ୍ଧ,(ଆଜତକ୍ ଓଡ଼ିଶା) ଶନିବାର ଘ.୧୦.୩୦ ମି. ସମୟରେ ବୌଦ୍ଧ ଟାଉନ ହଲ ଠାରେ ମେଗା ଆଇନ ସେବା ଶିବିର ( ମେଗା କ୍ୟାମ୍ପ ) ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ଏହି କ୍ୟାମ୍ପ ମାଧ୍ୟମରେ ହିତାଧିକାରୀଙ୍କ ପାଖରେ ସରକାର ଙ୍କ ବିଭିନ୍ନ ସ୍କିମ ପହଂଚି ପାରିବ ଓ ଜନ ସାଧାରଣ ତାର ସୁଫଳ ପାଇ ପାରିବେ ବୋଲି ନିଜ ମତ ବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ପୋଲିସ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ଜ଼ିଲ୍ଲା ଜଜ ପ୍ରତିମା ପଣ୍ଡା, ଜଜ ଫ୍ୟାମିଲି କୋଟ ପ୍ରସନ୍ନ କୁମାର କର୍ଣ୍ଣ ଯୋଗ ଦେଇ ଜନ ସାଧାରଣ ଆଇନଗତ ଦିଗ ଉପରେ ଆଲୋଚନ କରିଥିଲେ ।
ପରେ ପରେ ଅତିଥି ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ କରାଯାଇଥିଲା ଏବଂ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଲିଫଲେଟସ ବଣ୍ଟନ କରାଯାଇଥିଲା l ପରେ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଖୋଲା ଯାଇ ଜନସାଧାରଣଙ୍କୁ ସରକାରଙ୍କ ବିଭିନ୍ନ ସ୍କିମ ବିଷୟରେ ବୁଝାଇଥିଲେ । ଏହି କ୍ୟାମ୍ପରେ ଅତିରିକ୍ତ ଜ଼ିଲ୍ଲା ଏବଂ ସେସନ ଜଜ ସତ୍ୟନାରାୟଣ ଷଢଙ୍ଗୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ହୃଷିକେଶ ଆଚାର୍ଯ୍ୟ, ରେଜିଷ୍ଟର, ସିଭିଲ କୋର୍ଟ, ପ୍ରିତିଶ କୁମାର ରାଉତରାୟ, ସିନିଅର ସିଭିଲ ଜଜ ଦୁର୍ବାସା ଦୁର୍ଗା, ସେକ୍ରେଟାରୀ, ଜ଼ିଲ୍ଲା ଆଇନ ସେବା ପ୍ରାଧିକାରଣ ଚରଣଜୀତ ଓରାମ, ଉପଖଣ୍ଡ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ସୁମିତ୍ରା ସାହୁ, ସିଭିଲ ଜଜ (ଜୁନିଅର ଡିଭିଜନ ପ୍ରୋବେଶନର ବିକାଶ କିରଣ ମିଶ୍ର, ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ ।
(ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା)
Post a Comment