ମମିତା ହତ୍ୟା ପ୍ରସଙ୍ଗ ନେଇ ଜାତୀୟ କଂଗ୍ରେସ ତରଫରୁ ହରଭଙ୍ଗା ବ୍ଲକ ରେ 6ଘଣ୍ଟିଆ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ


ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକ ରେ ମମିତା ମେହେର ହତ୍ୟା ପ୍ରସଙ୍ଗ କୁ ନେଇ  ସାରା ଜିଲ୍ଲା ରେ 6ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜାତୀୟ କଂଗ୍ରେସ!ଜିଲ୍ଲା କଂଗ୍ରେସ ସଭାପତି ନବକିଶୋର ମିଶ୍ର ଙ୍କ ଆହ୍ୱାନ ରେ ଜିଲ୍ଲା ର ସମସ୍ତ କଂଗ୍ରେସ କର୍ମ କର୍ତ୍ତା ଆଜି ଏକତ୍ରିତ ହୋଇ ଜିଲ୍ଲା ସାରା ପରିକ୍ରମା କରି ସକାଳ 6ଟା ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମମିତା ମେହେର କୁ ଉଚିତ ନ୍ୟାର୍ଯ୍ୟ ପ୍ରଦାନ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କୁ ବହିଷ୍କାର ଦାବି ନେଇ ଏକ ରାଲି ଶୋଭାଯାତ୍ରା ରେ  ଶାନ୍ତି ପୂର୍ଣ୍ଣ 6ଘଣ୍ଟିଆ ବନ୍ଦ ଡାକରା ଦେଇ ଆନ୍ଦୋଳନ କରିଥିଲେ।

                                  (videos)
ଶେଷରେ ହରଭଙ୍ଗା ବ୍ଲକ ଚାରିଛକ ଠାରେ ସମସ୍ତ କଂଗ୍ରସ କର୍ମ କର୍ତ୍ତା ଦିବ୍ୟଶଙ୍କର ମିଶ୍ର ବହିଷ୍କାର ନାରା ଲଗାଇ ବିକ୍ଷୋଭ କରିଥିଲେ!ଏହି କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କିଶୋର ମିଶ୍ର, ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣ ୟୁଥ କଂଗ୍ରେସ ର ପ୍ରଦୀପ ଦାସ,ସମେତ ହରଭଙ୍ଗା ବ୍ଲକ ର ବହୁ କଂଗ୍ରେସ କର୍ମି ଯୋଗ ଦେଇଥିଲେ।

Post a Comment

Previous Post Next Post