ନେହେରୁ ଯୁବ କେନ୍ଦ୍ର ସୋନପୁର ତରଫରୁ ବ୍ଲକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା


ସୋନପୁର,(ଆଜତକ୍ ଓଡ଼ିଶା) ନେହେରୁ ଯୁବ କେନ୍ଦ୍ର ସ‌ଂଗଠନ ତରଫରୁ ବୀରମହାରାଜପୁର ସ୍ଥିତ ବୀରମହାରାଜପୁର ଜୁନିଅର୍ ମହାବିଦ୍ୟାଳୟରେ ବ୍ଳକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ଶ୍ରୀ ସୁଦର୍ଶନ ଭରାସାଗର୍ ଓ ମନୋରଞ୍ଜନ ଜଗଦଲା ପରିଚାଳନା କରିଥିଲେ। ଏଥିରେ ବୀରମହାରାଜପୁର ଜୁନିଅର୍ ମହାବିଦ୍ୟାଳୟର ଅଧ୍ୟାପିକା ଯାମିନୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ, ଓଡ଼ିଆ ଅଧ୍ୟାପକ, ଇଂରାଜୀ ରିଡର ଜଜ୍ ଭାବେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରିଥିଲେ।


 ପରିଶେଷରେ ଶ୍ରୀ ସୁଦର୍ଶନ ଭର।ସାଗର  ଆଗକୁ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ କିଭଳି ଉପାୟରେ ନିଜର ଉନ୍ନତ ପାରଦର୍ଶିତା ଦେଖାଇ କୃତି ଛାତ୍ର ଛାତ୍ରୀ ହୋଇ ଉତ୍ତମ ସ୍ଥାନ ଗ୍ରହଣ କରି ପାରିବେ ସେ ବିଷୟରେ ବୁଝାଇଥିଲେ ଓ  ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ।



Post a Comment

Previous Post Next Post