ବୌଦ୍ଧ, (ଆଜତକ୍ ଓଡ଼ିଶା) ସରକାର ତୃଣମୂଳ ଠାରୁ ଆରମ୍ଭ କରି ମାଳ ମାଳ ଯୋଜନା ବାହାର କରୁଛନ୍ତି । କିନ୍ତୁ ଜନସାଧାରଣ ଯୋଜନା ପାଇବା ପୂର୍ଵରୁ ବାଟମାରଣା ହେବା ନିତିଦିନିଆ ଘଟଣା ଦେଖିବାକୁ ମିଳୁଛି!ରାସ୍ତାଘାଟ ଠାରୁ ଆରମ୍ଭ କରି , ଆବାସଘର, ଚିକିତ୍ସାଲୟ, ଶିକ୍ଷାନୁଷ୍ଠାନ ଖୋଲା ଯାଉଛି!ରାଜ୍ୟ ସରକାର ଙ୍କ ରାଜ କୋଷ ରୁ ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ସାଧାରଣ ଯନ୍ତ୍ରୀ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅଳ୍ପ ଦୀନ ବା ସମୟସୀମା ଭିତରେ ନିମ୍ନ ମାନର କାର୍ଯ୍ୟ ହେତୁ ସବୁଯୋଜନା ର ପୁନରାବୃତ୍ତି ଘଟୁଛି । ଏହିଭଳି ଘଟଣା ଦେଖିବାକୁ ମିଳିଛିବୌଦ୍ଧ ଜିଲ୍ଲା ବୌଦ୍ଧବ୍ଲକ ତେଲିବନ୍ଧ ପଂଚାୟତ ୫୭ ନଂ ଜାତୀୟ ରାଜପଥ ଠାରୁ ଡିଡିଙ୍ଗା ପଦର ପ୍ରଯ୍ୟନ୍ତ PWD ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଏହି ରାସ୍ତାର ସ୍ଥାନେ ସ୍ଥାନେ ଖାଲଖମାରେ ପରିଣତ ହେବାସହ ମେଟାଲ ଗୁଡିକ ଉଠିଯାଇଥିବା ଯୋଗୁଁ ଜନସାଧାରଣ ବିଭିନ୍ନ ସମୟରେ ଦୁର୍ଘଟଣା ର ଶିକାର ହେଉଛନ୍ତି। ବାଇକ ଚାଳକ ଯେତେ ନିଜକୁ ସୁରକ୍ଷାଦେବା ପାଇଁ ଚେଷ୍ଟା କଲେବି ଦୁର୍ଘଟଣା ର ଶିକାର ହେଉଛନ୍ତି । ଯାହାକି ବାଇକ ଚାଳକ ଓ ଯାତାୟାତ କରୁଥିବା ଜନସାଧାରଣ ମଧ୍ୟ ଏହି ଦୁର୍ଘଟଣା ରେ ପଡୁଛନ୍ତି। ଏପଟେ ସରକାର ବା ପ୍ରଶାସନ ଜନସାଧାରଣ ଙ୍କ ପାଇଁ ବିଭିନ୍ନ ପରିବହନ ଓ ଗମନା ଗମନ କ୍ଷେତ୍ରରେ ନୂଆ ନୂଆ ନିୟମ ଲାଗୁ କରୁଥିବା ବେଳେ ଓ ପ୍ରତିଶ୍ରୁତି ଦେଉଥିବା ବେଳେ ସେପଟେ ରାସ୍ତାର ଅବସ୍ଥା ବେହାଲ ହୋଇ ପଡ଼ିଥିଲେ ମଧ୍ୟ ରାସ୍ତା ଗୁଡିକର ମରାମତି ଉପରେ କାହାରି ଦୃଷ୍ଟି ପଡୁନି! ତେଣୁ ସ୍ଥାନୀୟ ଜନସାଧାରଣ ପ୍ରଶାସନ କୁ ସିଧା ସଳଖ ଆଙ୍ଗୁଠି ନ ଉଠାଇବା ପୂର୍ବରୁ । ତୁରନ୍ତ ରାସ୍ତା ମରାମତି ପାଇଁ ପ୍ରଶାସନ ଦୃଷ୍ଟି ଗୋଚର କରିବା ଦରକାର ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସାଧାରଣ ଜନତା।
ତେଲିବନ୍ଧ ରୁ ଡିଡିଙ୍ଗା ପଦର PWD ରାସ୍ତା ମରାମତି ଦାବି
ଆଜତକ ଓଡ଼ିଶା
0
Post a Comment