ସରକାରୀ ଉଚ୍ଚ ବିଦ୍ୟାଳୟ, ରାମଗଡ଼ ଠାରେ ସ୍ୱର୍ଗତ ଚିନ୍ତାମଣି ନାୟକ ଙ୍କ ୪୪ତମ ଶ୍ରlଦ୍ଧବାର୍ଷିକ ପାଳିତ


ବୌଦ୍ଧ.(ହୃଦାନନ୍ଦ ମେହେର) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ ରାମଗଡ଼ ଠାରେ୧୯୬୬ମସିହାରେ  ସରକାରୀ ଉଚ୍ଚ ବିଦ୍ୟାଳୟ ସୃଷ୍ଟି ହୋଇଥିଲା!ଏହି ଶିକ୍ଷା ଅନୁଷ୍ଠାନ ରୁ ବହୁ ସୁଗୁଣ ବାନ ଛାତ୍ର ଛାତ୍ରୀ ପାଠ ପଢ଼ୀଜିଲ୍ଲା, ରାଜ୍ୟ ରେ ନାଁ କରିଛନ୍ତି!ପୂର୍ବେ ରାମଗଡ ଅଂଚଳ ବାସୀଙ୍କ ସାହାଯ୍ୟ ସହଯୋଗ ରେ ଗଢିଉଠିଥିବା ଏହି ଶିକ୍ଷା ଅନୁଷ୍ଠାନ କୁ ପୂର୍ଣ୍ଣ ମୁକ୍ତ ହସ୍ତରେ ଭୂମି ଦାନ କରିଥିବା  ମହା ମହିମ ଶ୍ରୀଯୁକ୍ତ ଚିନ୍ତା ମଣି ନାୟକ ଅନ୍ୟତମ!ଶ୍ରୀ ନାୟକ ବିଦ୍ୟାଳୟ ପାଇଁ ମୁକ୍ତ ହସ୍ତରେ ୨.୫୦ଏକର ଭୂମି ଦାନ କରି ସ୍କୁଲ ପାଇଁ ଆମର ହୋଇ ରହିଯାଇଛନ୍ତି!ଶ୍ରୀ ନାୟକ ୧୪/୧୧/୧୯୭୭ରେ ତିରୋଧାନ ହୋଇଥିଲେ!ତେଣୁ ତାଙ୍କୁ ମନେ ରଖିବା ପାଇଁ  ସ୍କୁଲ ପରିସରରେ ସ୍ଥlପନ କରାଯାଇଥିଲା ପ୍ରତିମୂର୍ତ୍ତି!ଏବଂ ପ୍ରତିବର୍ଷ ଶ୍ରlଦ୍ଧବାର୍ଷିକ ପାଳନ କରାଯାଉଅଛି!ଚଳିତ ବର୍ଷ ବି ଆଜି ୨୩/୧୧ରେ ଶ୍ରୀ ନାୟକ  ଙ୍କ ୪୪4ତମ ଶ୍ରାଦ୍ଧବାର୍ଷିକ ପାଳନ କରାଯାଇଅଛି!ଏହି ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାମଲ, ସହ ପ୍ରଧାନ ଶିକ୍ଷକ ଶ୍ରୀନିବାସ ଦେହୁରୀ, ଶିକ୍ଷକ ବିଜନ କୁମାର ମହାନ୍ତି, ବେତ୍ରା ଜଗଦଲା, ବିରନାରାୟ ପ୍ରଧାନ, ଶିକ୍ଷୟିତ୍ରୀ ପୁଷ୍ପଲତା ବେହେରା, ତମିନା ଜେନା, ରଞ୍ଜିତା ବେହେରା, ସାଧୁଚରଣ ସାହୁ, ହରିଶଙ୍କର ଯୋଶୀ ଙ୍କ ସମେତ ସ୍କୁଲ ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମବାସୀ, ଗ୍ରାମର ସଭାପତି(ଅବସର ପ୍ରାପ୍ତ ରାମଗଡ ଏମଇ ସ୍କୁଲ ପ୍ରଧାନ ଶିକ୍ଷକ )ଦିନମଣୀ ଡାଙ୍ଗ ଉପସ୍ଥିତ ରହି ଅବସର ପ୍ରାପ୍ତ ଶିକ୍ଷକ ଦିନେଶ ଯୋସୀଙ୍କ ପୈlରହିତlରେ ଶ୍ରୀ ଚିନ୍ତାମଣି ନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳ ଅର୍ପଣ କରି ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳନ କରାଯାଇ ଥିଲା ।



(ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା)

Post a Comment

Previous Post Next Post