ଗୋଲାମୁଣ୍ଡା,(ଆଜତକ୍ ଓଡ଼ିଶା) ଧାମନପୁର ଗାଁର ତିନି ଅନାଥ ଝିଅ ବଡ଼ ଝିଅ ସାରା ମାଝୀ ବୟସ (୨୦) ମଝିଆ ଝିଅ ସାବିତ୍ରୀ ମାଝୀ (୧୬)ଓ ସାନ ଝିଅ ପୂର୍ଣ୍ଣମୀ ମାଝୀ (୧୧) ଏଥି ମଧ୍ୟରୁ ଦୁଇ ଝିଅ ସାବିତ୍ରୀ ଓ ପୂର୍ଣ୍ଣମୀ ଙ୍କୁ ପାଠ ପଢିବା ପାଇଁ ୨ ଜଣଙ୍କୁ ଗାଁର ଏ.ମି ସ୍କୁଲରେ ଉଚ୍ଚ ଶ୍ରେଣୀ ରେ ନାମଲେଖାଇବା ପାଇଁ ପ୍ରଧାନ ଶିକ୍ଷକ ସହିତ ଯୋଗାଯୋଗ କରିଥିଲେ । ପ୍ରଧାନଶିକ୍ଷକ ଠିକ ଅଛି କରିଦିଆଯିବ କହିଛନ୍ତି । ସେମାନେ ଆଗରୁ ମଧ୍ୟ ସ୍କୁଲରେ ରେ ପଢୁଥିଲେ, କାରଣ ବଶତଃ ବାପା ମାଁ ଙ୍କୁ ହରାଇ ପାଠ ପଢିବାରେ ବଞ୍ଚିତ । ସେମାନେ ଏବେ ପାଠ ପଢିବେ ଯାହା ଖର୍ଚ୍ଚ ହେବ ଏମାନଙ୍କ ପାଠ ପଢାପାଇଁ ଆଦିବାସୀ ସଙ୍ଘ ବହନ କରିବ । ଆଉ ଜଣେ ବଡ଼ ଝିଅ ଅଛି ସାରା ମାଝୀ ତା ପାଇଁ ଟେଲରିଙ୍ଗ କୁଚିଙ୍ଗ ବ୍ୟବସ୍ଥା କରାଯାଇଛି । ଏବଂ ଟେଲର ଶିଖିକି ଯାହା ରୋଜଗାର କରିପାରିବ । ଉପସ୍ଥିତ ସଙ୍ଘ ର କାର୍ଯ୍ୟକର୍ତ୍ତା ଧର୍ମଗଡ ଆଦିବାସୀ ସଙ୍ଘ ସଭାପତି ଶ୍ରୀଯୁକ୍ତ ଭବେଶ ଗଏନ୍ତା, ଉପ-ସଭାପତି ଶ୍ରୀଯୁକ୍ତ ବନମାଳୀ ଭୋଇ, ସମ୍ପାଦକ ଶ୍ରୀଯୁକ୍ତ ଗୋବର୍ଦ୍ଧନ ଶବର କୋଷାଧ୍ୟକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ମାଝୀ ଉପଦେଷ୍ଟା ବିଷ୍ଣୁ ପୂଝାରୀ ସଙ୍ଘ ର ବରିଷ୍ଠ କର୍ମକର୍ତ୍ତା ଶ୍ରୀଯୁକ୍ତ ଲବଣି କୁମାର ନାଏକ, ଶ୍ରୀଯୁକ୍ତ ଗୌରଚନ୍ଦ୍ର ମାଝୀ,ଡ଼ୁମେରଗୁଡା ଆଦିବାସୀ ସଙ୍ଘ ସଭାପତି ଶ୍ରୀଯୁକ୍ତ ଦୟାନିଧି ମାଝୀ, ଶ୍ରୀଯୁକ୍ତ ବିଦ୍ୱାନ ମାଝୀ, ଶ୍ରୀଯୁକ୍ତ ଅଜୟ ପୂଝାରୀ, ଶ୍ରୀଯୁକ୍ତ କିରଣ ସିଂ ମାଝୀ ସହିତ ଧର୍ମଗଡ ବ୍ୟାଙ୍କ କର୍ମକର୍ତ୍ତା ଶ୍ୟାମ ମାଝୀ ସ୍ଥାନ କୁ ଯାଇଭେଟିଥିଲେ।
Post a Comment