ଜିଲ୍ଲା ଯୁବ ଡ଼ୁମାଳ ପରିଷଦ, ବୌଦ୍ଧର ରଜତ ଜୟନ୍ତୀ ଉତ୍ସବ, ରାଜ୍ୟ ସ୍ତରୀୟ ଯୁବ, ମହିଳା ଓ ପଛୁଆ ବର୍ଗ ସମ୍ବିଳନୀ ପାଇଁ ଶୁଭଖମ୍ବ ସ୍ଥାପନ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ବୌଦ୍ଧ,(ଆଜତକ୍ ଓଡ଼ିଶା) ରବିବାର ସକାଳ ୧୦ଘଣ୍ଟା ସମୟରେ ଟେଲିବନ୍ଧ କମଳପୁର ମାହେଶ୍ୱରୀ ବିହାର ଠାରେ ଭୂମିପୂଜନ, ଶୁଭଖମ୍ବ ସ୍ଥାପନ କରାଯାଇଥିଲା । ପୂଜକଭାବେ ଦୁର୍ଯ୍ୟୋଧନ ପ୍ରଧାନ, ନିର୍ଗୁଣ ମହାକୁଡ଼ ଓ କର୍ତ୍ତା ଭାବେ ଧନେଶ୍ୱର ଅମାତ ଓ କୃତ୍ତିବାସ ପଲିଆ ତୁଲାଇଥିଲେ । ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ ସଭାପତି ଶମ୍ଭୁ ଗିରି ଅଧକ୍ଷତା କରିଥିବାବେଳେ, ସମ୍ପାଦକ କୃତ୍ତିବାସ ପଲିଆ ବିବରଣୀ ପଠନ କରିଥିଲେ । ବିଭିନ୍ନ ଆଲୋଚନାରେ ସର୍ବଶ୍ରୀ ଅରବିନ୍ଦ ମହାକୁଡ଼, ଅକ୍ରୁର କଳତା,ବିଶିକେସନ ପ୍ରଧାନ, ପ୍ରଭାତ ପ୍ରଧାନ, ଶ୍ରୀନିବାସ ପ୍ରଧାନ, ମହେଶ୍ୱର ପ୍ରଧାନ, ମହେନ୍ଦ୍ର ମହାକୁଡ଼ , ବିକ୍ରମ ମହାକୁଡ଼, ଦେଶବନ୍ଧୁ ମହାକୁଡ଼, ଅଜିତ ମହାକୁଡ଼, ଦିଲ୍ଲୀପ କର୍ମୀ, ରିଲୁ ପ୍ରଧାନ, ସୌଭାଗ୍ୟ କଳତା, ଘୁଂଡୁ ମହାକୁଡ଼, ଶଙ୍ଖାଳି ଗିରି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ବିଭିନ୍ନ ପ୍ରସ୍ତାବ କ୍ରମେ ଆସନ୍ତା ନଭେମ୍ବର ୨, ଓ  ୩ ଦୁଇଦିନ ଧରି କମଲ ପୁର ମାହେଶ୍ୱରୀ ବିହାର ଠାରେ ଭବ୍ୟ କଳସ ଯାତ୍ରା, ମାହେଶ୍ୱରୀ ଯଜ୍ଞ, ଯୁବ ମହିଳା, ପଛୁଆବର୍ଗ ସମାବେଶ ଅନୁଷ୍ଠିତସହ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ହେବାକୁ ସ୍ଥିର କରାଯାଇଥିଲା ।

Post a Comment

Previous Post Next Post