ଦର୍ଶନ ନ୍ୟୁଜ୍ ର ସମ୍ବାଦିକଙ୍କୁ ଫୋନରେ ଧମକ , ଖବର ପ୍ରସାରଣ ପରେ ତୁରେକେଲା ସରପଞ୍ଚଙ୍କ ଦାଦାଗିରି


କଣ୍ଟାବାଞ୍ଜି,(ଆଜତକ ଓଡ଼ିଶା): ବଲାଙ୍ଗିର ଜିଲ୍ଲା ତୁରେକେଲା ପଂଚାୟତର ବୁଢିବାହାଲ ଗାଁର ଏକ ଅସହାୟ ବୃଦ୍ଧାଙ୍କ ସମସ୍ୟାକୁ ନେଇ କିଛି ଦିନ ଆଗରୁ ଦର୍ଶନ ଖବର କାଗଜରେ ପ୍ରକାଶିତ ହୋଇଥିଲା ଖବର ପ୍ରକାଶିତ ହେବାପରେ ତୁରେକେଲା ସରପଂଚ କରି ସୁନା ଚିହିଁକି ପଡିଛନ୍ତି ସିଧା ସଲଖ ଦର୍ଶନ ନ୍ୟୁଜ ପ୍ରତିନିଧି ରୋହନ ମହତଙ୍କୁ ଫୋନ କରି  ଖବର ମିଛ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ । କେବଳ ଯେ ଦର୍ଶନ ନ୍ୟୁଜ ପ୍ରତିନିଧିଙ୍କୁ ମିଛ ବୋଲି କହିଥିଲେ ତାହା ନୁହେଁ ଫୋନରେ ଧମକ ଦେବା ସହ ଟଂକା ଯାଚିଥିଲେ ସରପଂଚ ମ୍ୟାଡମ କୁରି ସୁନା କଣ କହିଲେ ଫୋନରେ ଆମେ ଆମ ପାଠକ ମାନଙ୍କ ପାଇଁ ଏଠାରେ ଉଲ୍ଲେଖ କରୁଛି । “ ମୋର ଆଉ କିଛି ମାସ ଅଛି, ମୁଁ ଜଣେ ଭଲ ସରପଂଚ କାହିଁକି ମୋର ବିରୁଦ୍ଧରେ ଖବର ପ୍ରସାରଣ କରୁଛ। ଯଦି ଟଂକା ଦରକାର ଟଂକା ନିଅ ହେଲେ ମୋ ନାଁରେ ଖବର ପ୍ରସାରଣ କର ନାହିଁ । ଏକ ଭିଡିଓ କରି ତୁମେ ଭୁଲ ଖବର ବାହାର କରିଛ ବୋଲି ସବୁ ଆଡେ ପ୍ରଚାର ପ୍ରସାର କରି ପାରିବି ।

 ମୁଁ ନମ୍ବର ୱାନ ସରପଂଚ । ମୁଁ ସବୁ କିଛି ଭଲ କାମ କରୁଛି ।” ତୁରେକେଲା ସରପଂଚ କୁରି ସୁନାଙ୍କ ଘର ବୁଡିବାହାଲ । ତେବେ ବୁଡିବାହାଲ ଗାଁରେ ଜଣେ ଅସହାୟ ବୃଦ୍ଧା ଇଂଗା ଦଦରା ଘରେ ଦିନ କାଟୁଥିବା ଏବଂ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ ହେଉଥିଲା । ଅଭିଯୋଗକୁ ଭିତ୍ତି କରି ଗାଁକୁ ଯାଇ ଦେଖିଲା ପରେ ସତକୁୟ ସତ ବୃଦ୍ଧା ଜଣକ ଅସହାୟ ଅବସ୍ଥାରେ ରହୁଛନ୍ତି । ଖରା ବର୍ଷା ସବୁ ଦିନ ବୃଦ୍ଧା ଜଣକ ନିଜ ଭଙ୍ଗା ଦଦରା ଘରେ ଜିବନ ବିତାଉଛନ୍ତି କିଛି ବର୍ଷ ପୁର୍ବରୁ ତୁରେକେଲା ବିଡିଓ ଭାବେ ପ୍ରଭାତ ସାହୁ ଥିବା ବେଳେ ଗାଁ କୁ ଯାଇ ବୃଦ୍ଧାଙ୍କ ସମସ୍ୟା ବୁଝିଥିଲେ । ବିଡିଓଙ୍କ ସହ ଥିଲେ ତୁରେକେଲା ସ୍ୱାସ୍ଥ୍ୟ ବିଭାଗ ଏବଂ ସରପଂଚ । ତେବେ ସେହି ସମୟରେ ବୃଦ୍ଧାଙ୍କ ସବୁ ସମସ୍ୟାର ସମାଧାନ ଯେମିତି ହେବ ସେ ନେଇ ବିଡିଓ ସରପଂଚଙ୍କୁ କହିଥିଲେ । ବୃଦ୍ଧା କହିବା ଅନୁସାରେ ସରପଂଚ କିଛି ମାସ ଚାଉଳ ଦେଲେ ଏବେ ଆଉ ଚାଉଳ ଦେଉଁନାହାନ୍ତି ସରପଂଚଙ୍କ ଘରକୁ ଗଲେ ବୃଦ୍ଧାଙ୍କ ନିଜ ସମସ୍ୟାକୁ ନେଇ ଗଲେ , ସରପଂଚ ମ୍ୟାଡମ ତୋର ଏଠି କଣ କାମ ବୋଲି ଫେରାଇ ଦେଉଛନ୍ତି ସରପଂଚ ମ୍ୟାଡମଙ୍କ ଘର ମଧ୍ୟ ବୁଢିବାହାଲ ତେବେ ସେ ନିଜ ଗାଁ ଲୋକଙ୍କ ସେବା କରିବାରେ ଏକ ପ୍ରକାର ବିଫଳ । ପୁଣି ସେ ନିଜକୁ ନମ୍ବର ୱାନ ସରପଂଚ ବୋଲି କହିଥାନ୍ତି । ହଁ ସେ ନମ୍ବର ୱାନ ହୋଇଥିବେ ଲୋକଙ୍କ ସେବା କରିବାରେ ନୁହେଁ ଲୋକଙ୍କୁ ଅସୁବିଧାରେ ପଡିଥିବା ଦେଖି ଚୁପ ରହି କିଛି କାମ କରୁନଥିବା ଯୋଗୁ ନମ୍ବର ୱାନ।


Post a Comment

Previous Post Next Post