ହରଭଙ୍ଗା , ( ସୁଶାନ୍ତ କୁମାର ବେହେରା )ହରଭଙ୍ଗା ବ୍ଳକ ତଳଗାଁ ପଞ୍ଚାୟତ ର ଗଣ୍ଡାପାଜୁ ଗାଁ ଠାରୁ ୩ କି.ମି. ଦୂରରେ ଏକ ମହାବଳ ବାଘ ପଇଁତରା ମାରୁଥିବା ଖବର ପ୍ରଥମେ ପ୍ରକାଶ ପାଇବା ପରେ ବିଦ୍ଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରି ଜଙ୍ଗଲ ରେ କ୍ୟାମେରା ଲଗାଗଲା । ନୟାଗଡ଼ ବନ୍ୟପାଣୀ ବିଦ୍ଭାଗ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବନ୍ୟପ୍ରାଣୀ ବିଦ୍ଭାଗ ର କର୍ମଚାରି ମାନେ ଜଙ୍ଗଲ ରେ ବାଘର ଗତିବିଧି ଉପରେ ନଜର ରଖିଛନ୍ତି।
ପ୍ରକାଶ ଥାଉକି ବୌଦ୍ଧ ବନଖଣ୍ତ ବିଦ୍ଭାଗ ଓ ନୟାଗଡ଼ ବନ୍ୟପ୍ରାଣୀ ବିଦ୍ଭାବ ଉଭୟ ମିଳିତ ଭାବେ ଏହି ହାତୀଧରା ଜଙ୍ଗଲ ଉପରେ ବାଘର ଉପରେ ୨ ବିଦ୍ଭାଗ ର ନଜର ରହିଛି। ଏ ବାବଦ ରେ ବୌଦ୍ଧ ଡି.ଏଫ. ଓ ଦେବଗ୍ରାହି କମ୍ପା ଙ୍କୁ ପଚାରିବାରୁ ସେ କହିଲେ ବାଘଟି ସମ୍ବର କୁ ମାରି ଖାଇ ଦେଇଛି ଏବଂ ସେ ତାର ହାଡ଼ ର କିଛି ଅଂଶ ପଡ଼ିଛି। ଏବଂ ସେ ସ୍ଥାନଟି ପଥର ଚଟାଣ ଥିବାରୁ ପାଦ ଚିହ୍ନ ନ ଥିବାରୁ ଏକ ସ୍ପଟ ଚିତ୍ର ପାଇଁ କ୍ୟାମେରା ଖଞ୍ଜାଯାଇଛି । ସେପଟେ ନୟାଗଡ଼ ଓ ବୌଦ୍ଧ ଡିଭିଜନ ପକ୍ଷରୁ ବାଘ ଉପରେ ନଜର ରଖାଯାଇଛି ବୋଲି ନୟାଗଡ଼ ଡି.ଏଫ. ଓ ସମିର କୁମାର ସତପଥି କହିଛନ୍ତି।
Post a Comment