କେନ୍ଦୁଝର,(ଆଜତକ୍ ଓଡିଶା ) ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା , ମମିତା ମେହର ଙ୍କୁ ଏଯାଏ ନ୍ୟାୟ ମିଳିନି ହେଲେ ଏପଟେ କେନ୍ଦୁଝର ରୁ ଆଉ ଏକ ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟିଛି।
କେନ୍ଦୁଝର ଜିଲ୍ଲାର ପଣ୍ଡପଡ଼ା ଥାନା ଅନ୍ତର୍ଗତ ବସନ୍ତପୁର ର ଏକ ପରିତ୍ୟକ୍ତ ସ୍ଥାନରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଦୁଇ ହାତ ବନ୍ଧା ହୋଇଥିବାରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହି ମୃତଦେହଟି କେନ୍ଦୁଝର ଜିଲ୍ଲା ପଣ୍ଡପଡା ଥାନା ଅନ୍ତର୍ଗତ ବସନ୍ତପୁର ଗାଁର ବୁଢାଖମଣ ସାହିର ଜଣେ ଯୁବତୀଙ୍କ ବୋଲି ଜଣା ପଡିଛି।
ଯୁବତୀ ଜଣଙ୍କ ଶନିବାର ରାତିରୁ ନିଖୋଜ ଥିଲେ । ପରିବାର ଲୋକେ ଶନିବାର ରବିବାର ଦିନ ସାରା ଖୋଜାଖୋଜି କଲେ ମଧ୍ୟ ପାଇନଥିଲେ। ତେବେ ସନ୍ଧ୍ୟା ସମୟରେ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଏକ ଗାଡ଼ିଆରେ ଯୁବତୀର ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପଣ୍ଡାପଡା ପୋଲିସ ପହଞ୍ଚି ଶବଟିକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଯୁବତୀଟିର ଦୁହି ହାତ କୁ ପଛପଟେ ବନ୍ଧାହେବା ସହ ତାର ଡ୍ରେସ ଚିରାଫଟା ହୋଇଥିବାରୁ ତାକୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଇଛି। ଉପଖଣ୍ଡ ପୋଲିସ ଅଧିକାରୀଙ୍କ ଉପସ୍ଥତିରେ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୨୦ହାତ ଦୂରରେ ଥିବା ମହୁଲ ଗଛ ନିକଟରେ ଯୁବତୀର ଡ୍ରେସ,ଚପଳ ଏବଂ ଅନ୍ତବସ୍ତ୍ର ପଡ଼ିଥିଲା ବୋଲି ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି ସନ୍ଦେହରେ କିଛି ନାମ ଆସିଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇନାହିଁ ।ଖୁବ ଶୀଘ୍ର ଆସାମୀ ଗିରଫ ହେବେ ବୋଲି ପୋଲିସ ତରଫରୁ ସୂଚନା ମିଳିଛି।
Post a Comment