ଶ୍ରୀରାମ ନାଳରେ ପୋଲ ନିର୍ମାଣ ପାଇଁ ଦାବୀ


ବୌଦ୍ଧ,(ହୃଦାନନ୍ଦ ମେହେର) ସରକାର ଗମନାଗମନ,ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।କିନ୍ତୁ ବାସ୍ତବରେ ତାହା ଉପାନ୍ତ ଅଞ୍ଚଳ ଦେଖିଲେ ସରକାରଙ୍କ ବିକାଶର ନଗ୍ନ ଚିତ୍ର ଜଳ ଜଳ ହୋଇ ଦିଶୁଛି।ଏଭଳି ଏକ ସମସ୍ୟା ଦେଖାଦେଇଛି ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ବର ଗାଁର ଶ୍ରୀରାମ ନାଳରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବ।ସୀ ବହୁ ଦିନରୁ ଦାବି କରି ଆସୁଥିଲେ ହେଁ ଆଜି ଯାଏ ପ୍ରଶାସନ ତାଙ୍କର ଦାବୀ କୁ କର୍ଣ୍ଣପାତ କଲାନାହିଁ। ମିଳିଥିବା ସୂଚନା ଅନୁସାରେ,ଏହି ନାଳ ଉପରେ ୫ଖଣ୍ଡ ଗାଁ ଯଥା: ଖଲିଆପାଲି, ପାଜି ମୁହାଣ, ରହେନ୍ ପଡା, ପୁଟାଖେତା, ନୁଆଁ ମୁଣ୍ଡା,ବନ୍ଦ ପଡା ଆଦି ଗ୍ରାମର ଲୋକମାନେ ବିଭିନ୍ନ ରାସନ୍ ସାମଗ୍ରୀ , ଭତ୍ତା ଓ ପଞ୍ଚାୟତ ର ଅନ୍ୟାନ୍ୟ କାମରେ ଏହି ନାଳ ଉପରେ ନିର୍ଭୟ କରୁଥିଲେ ମଧ୍ୟ ବର୍ଷ। ଋତୁରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଆଗାମୀ ଦିନରେ ଯଦି ଏ ନାଳ ଉପରେ ପୋଲ ନିର୍ମାଣ ନ ହୁଏ ତାହାହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।



(ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା)

Post a Comment

Previous Post Next Post