କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) : ବର୍ତ୍ତମାନ ଝରଣୀ ଗାଁର ଝିଅ ମମିତା ମେହେର ଘଟଣା ରାଜ୍ୟରେ ନୁହେଁ ପୁରା ଭାରତର ହାଇଚଇ ସୃଷ୍ଟି କରିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରା ପଡିବା କଥା ସତ କିନ୍ତୁ ଏହି ଘଟଣାରେ ଜନସାଧାରଣରେ ପୋଲିସର ଭୂମିକା ସନ୍ଦେହ ଘେରର ରହିଛି। ଗୋଟିଏ ପଟେ କର୍ତ୍ତବ୍ୟ ଅବହେଳା ପାଇଁ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଅନ୍ୟପକ୍ଷରେ ଟିଟିଲାଗଡ଼ ପୋଲିସ ବ୍ୟାରେକରୁ ଗୋବିନ୍ଦ ସାହୁ ପଳାଇବା ଘଟଣାରେ ୪ ଜଣ କର୍ମଚାରୀଙ୍କୁ ଏସପି ନିଲମ୍ବିତ କରିଛନ୍ତି । ବର୍ତ୍ତମାନ ସନ୍ଦେହ ଘେରରେ ସିନ୍ଧିକେଲା ଥାନା ଏବଂ ତୁରେକେଲା ଥାନାର ଭୂମିକା ରହିଛି। ସିନ୍ଧିକେଲା ଥାନା ଅଭିଯୁକ୍ତକୁ ଧରିଲା ପରେ କାହାଁକି ୨୪ ଘଣ୍ଟାରେ କୋର୍ଟରେ ଚାଲାଣ କରିଲା ନାହିଁ କାହିଁକି। ଅନ୍ୟପକ୍ଷରେ ତୁରେକେଲା ଥାନାଧ୍ୱକାରୀ କାମଳ ବେହେରାଙ୍କ ନିକଟରେ ମମିତା ମେହେରଙ୍କ ପରିବାର ସର୍ବପ୍ରଥମ ୧୧ ତାରିଖ ଦିନ ମମିତା ନିଖୋଜକୁ ନେଇ ଅଭିଯୋଗ କରିବାକୁ ଯାଇଥିଲେ କିନ୍ତୁ ଥାନା ବାବୁ ତାଙ୍କ ଅଭିଯୋଗ ନେଲେ ନାହିଁକି କୌଣସି ପଦକ୍ଷେପ ନେବାକୁ ଆଗ୍ରହ ପ୍ରକାଶ କରିଲେ ନାହିଁ ବୋଲି ଅଭିଯୋଗ ହେଉଛି । ଯେହେତୁ ପୀଡ଼ିତା ମମତାଙ୍କୁ ଥାନା ତୁରେକେଲା ହୋଇଥିବାରୁ ପରିବାର ଏଠି ଆସିଥିବା ସୂଚନା ରହିଛି । ଥାନା ଅଧୁକାରୀ ଏହି ମାମଲାକୁ ହାଲୁକା ନେଇଥିବା ବିଶେଷ ସୂତ୍ରରୁ ପ୍ରକାଶ । ଏବେ କଥା ରହିଲା ଯଦି କର୍ତ୍ତବ୍ୟ ଅବହେଳା ପାଇଁ ଟିଟିଲାଗଡ଼ ଥାନା କର୍ମଚାରୀ ଏବଂ କେଗାଁ ଥାନାଧ୍ୟାକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ତୁରେକେଲା ଥାନାଧିକାରୀଙ୍କୁ ଘଣ୍ଟ ଘୋଡ଼ାଉଛି କିଏ ? ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ କାହିଁକି ? ତାଙ୍କୁ ଅଭ୍ୟୟଦାନ ଦେଲା କିଏ ? ଏବଂ ସବୁଠୁ ବଡ଼ କଥା ପୀଡ଼ିତ ପରିବାର ମଧ୍ୟ ତୁରେକେଲା ଥାନାଧିକାରୀ କର୍ତ୍ତବ୍ୟ ଅବହେଳା କଥାକୁ ଲୁଚାଉଛନ୍ତି କାହିଁକି ବା କୌଣସି ଚାପରେ ଅଛନ୍ତି ପୀଡ଼ିତ ପରିବାର ଜଣାପଡୁ ନାହିଁ ।
ମମିତା ମେହେର ହତ୍ୟା ମାମଲା : ସନ୍ଦେହ ଘେରରେ ତୁରେକେଲା ଥାନ ଅଧିକାରୀ
ଆଜତକ ଓଡ଼ିଶା
0
Post a Comment