ମୃତ୍ୟୁ ପରେ ଯଦି ସେ ଅନ୍ୟର ଜୀବନ ବଂଚାଇବାର କାରଣ ହୋଇପାରୁଛି ଆଉ କିଛି ଲୋକଙ୍କ ମୁହଁରେ ହସଟିଏ ଫୁଟାଇ ପାରିଲା ତା'ହେଲେ କୁହନ୍ତୁ ତ ସେହି ମଣିଷର ଜୀବନ ସାର୍ଥକ ହେଉଛି ନା ନାହିଁ। ମୃତ୍ୟୁ ପରେ ଅନ୍ୟର ଜୀବନ ବଂଚାଇବା ଅର୍ଥ ମୃତ୍ୟୁ ପରେ ନିଜର ଶରୀର ବା ଅଙ୍ଗ ଦାନ କରିବା। ଆମ ଦେଶରେ ସଚେତନତାର ଅଭାବ ଓ ଅନ୍ଧବିଶ୍ବାସ ଯୋଗୁ ଅଙ୍ଗଦାନ ପ୍ରତି ଭାରତରେ ସେଭଳି ଆଖିଦୃଶିଆ ଅଙ୍ଗୀକାରବଦ୍ଧତା ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିପାରିନି । ହେଲେ ବର୍ତମାନ ଯୁବପିଢି ଅଙ୍ଗଦାନକୁ ନେଇ ସଚେତନ ହେଲେ ଟିଟିଲାଗଡ ହାଟପଦା ପଡାର ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ସୁଜାତା ଷଡ଼ଙ୍ଗୀ ଙ୍କ ଝିଅ
ସୁଚିସ୍ମିତା ଷଡ଼ଙ୍ଗୀ(ସୁଇଟି) ନିଜ ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଙ୍କୁ ଯାଇ ଗତ ଅଗଷ୍ଟ ୨୭ ତାରିଖ ନିଜ ଜନ୍ମ ଦିନରେ ଅଙ୍ଗଦାନ କରିବା ପାଇଁ ଘୋଷଣା କରିଛନ୍ତି। ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ବର୍ତ୍ତମାନ ସୁଚିସ୍ମିତା ଙ୍କୁ ଦେଖି ଆହୁରୀ ଯୁବ ପିଢିଙ୍କ ମନରେ ଅଙ୍ଗଦାନ କରିବା ଆଗ୍ରହ ଦେଖିବାକୁ ମିଳୁଛି । ତାଙ୍କ ଏହି ପରି କାର୍ଯ୍ଯ କୁ ନେଇ ସବୁଠି ପ୍ରଶ୍ନସା କରାଯାଉଛି। । ସୁଚିସ୍ମିତା ପେସାରେ ଜଣେ ରେଲୱେ କର୍ମଚାରୀ, ହେଲେ ନିଶା ତାଙ୍କର ନୃତ୍ୟ ପରିବେଷଣ କରିବା । ନିଜ କଳା ମାଧ୍ୟମରେ ଟିଟିଲାଗଡ଼ ମାଟି ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୌରବ । ରାଜ୍ୟରେ ତଥା ରାଜ୍ୟ ବାହାରେ ନୃତ୍ୟ ପରିବେଷଣ କରି ସେ ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ତାଙ୍କ କଳାକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳେ । ସୁଚିସ୍ମିତାଙ୍କ ପିଲା ବେଳୁ ନୃତ୍ୟ ପ୍ରତି ଆକର୍ଷଣ ରହିଥିଲା । ସ୍କୁଲରୁ ଆରମ୍ଭ କରି କଲେଜ ପଢ଼ା ପର୍ଯ୍ୟନ୍ତ ତାଙ୍କର ପ୍ରତିଭାକୁ ଦର୍ଶକଙ୍କ ଆଗରେ ପରିବେଷଣ କରି ଅନେକ ମାନପତ୍ର, ପୁରସ୍କାର ମଧ୍ୟ ସେ ପାଇଛନ୍ତି । ସୁଚିସ୍ମିତା ଗୀତ ଗାଇବା, ଝୋଟି ଆଙ୍କିବା, ନୃତ୍ୟ ପରିବେଷଣ କରିବା ଭଳି ଅନେକ ପ୍ରତିଭାର ଅଧିକାରିଣୀ । ତାଙ୍କ ଜେଜେମା’ଙ୍କ ଠାରୁ ପ୍ରେରଣା ପାଇବା ପରେ ଏତେ ଆଗକୁ ଆସି ପାରିଛନ୍ତି ବୋଲି ସେ କୁହନ୍ତି । ସବୁବେଳେ ସୁଚିସ୍ମିତା କହନ୍ତି, ମୁଁ ମୋ ଜେଜେ ମା’ଙ୍କ ହାତ ଧରି ଏତେ ବଡ଼ ସଫଳତା ହାସଲ କରି ପାରିଛି, ଏଣୁ ମୋ ଜେଜେମା’ ମୋ ପ୍ରଥମ ଗୁରୁ । ତାଙ୍କ ମା’ ଓ ବଡ଼ ଭଉଣୀଙ୍କ ସହଯୋଗ ମଧ୍ୟ ରହିଛି ଏହି ସଫଳତା ହାସଲ କରିବା ପଛରେ । ବର୍ତ୍ତମାନ ଛୋଟ ଛୋଟ ପିଲାଙ୍କୁ ନୃତ୍ୟ ଶିଖାଉଛନ୍ତି ସୁଚିସ୍ମିତା । ଟିଟିଲାଗଡ଼ରେ ଏବେ ସେ ରେଲୱେ କର୍ମଚାରୀ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ଟିଟିଲାଗଡ଼ ଘଣ୍ଟାସୁନି ସ୍କୁଲ, ମହେଶ୍ୱର ହିନ୍ଦୀ ହାଇସ୍କୁଲ ଓ ଟିଟିଲାଗଡ଼ ଡିଏଭି କଲେଜରେ ସେ ପାଠ ପଢିଛନ୍ତି । ଛୋଟ ବେଳେ ସ୍କୁଲ କଲେଜରେ ନୃତ୍ୟ ପରିବେଷଣ କରି ଆସୁଥିଲେ । ଧୀରେ ଧୀରେ ଖୁବ୍ ସଫଳତା ହାସଲ କଲେ । ସୁଚିସ୍ମିତା ରେଲୱେ କର୍ମଚାରୀ ଭାବରେ ନିଯୁକ୍ତି ପାଇବା ପରେ ରେଳ ବିଭାଗ ପକ୍ଷରୁ ତାଙ୍କୁ ବାହାର ରାଜ୍ୟରେ ନୃତ୍ୟ ପରିବେଷଣ କରିବା ପାଇଁ ମଧ୍ୟ ସେ ସୁଯୋଗ ପାଇଲେ ଓ ଉଚ୍ଚ ପ୍ରଶଂସିତ ହେଲେ ।
ସୁଚିସ୍ମିତା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, କଲିକତା, ଆସାମ, ବିହାର, ରାଜସ୍ଥାନ, ଗୁଜୁରାଟ, ହରିୟାଣା ଭଳି ଅନେକ ରାଜ୍ୟରେ ପଶ୍ଚିମ ଓଡିଶାର ଲୋକ ନୃତ୍ୟ ପରିବେଷଣ କରି ପୁରସ୍କାର ହାସଲ କରି ଟିଟିଲାଗଡ଼ ମାଟିର ପାଇଁ ଗର୍ବ ଆଣିଛନ୍ତି । ତେବେ ଏଭଳି ଜଣେ ପ୍ରତିଭାଙ୍କୁ ଅଞ୍ଚଳରେ ପାଇଥିବା ଯୋଗୁଁ ଟିଟିଲାଗଡ଼ ମାଟି ଧନ୍ୟ ହୋଇଛି ବୋଲି ଲୋକେ କୁହନ୍ତି । ସୁଚିସ୍ମିତା ସମାଜସେବା କ୍ଷେତ୍ରରେ ବି ମଧ୍ଯ ପଶ୍ଚିମ ଓଡିଶାର ର ବିଭିନ୍ନ ସାମାଜିକ ସଂଗଠନ ସହିତ ଯୋଡି ହୋଇ ଅସାହାୟ ଲୋକଙ୍କୁ ସହଯୋଗ ରେ ହାତ ବଢାଇ ଥାଆନ୍ତି।
Post a Comment