ବଲାଙ୍ଗୀର,(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ର ଏଲ ଅନିଲ କୁମାର ଏବଂ ତାଙ୍କ ଭଉଣୀ ଏଲ ଶାନ୍ତି ଏକା ସଙ୍ଗରେ ରହୁ ଥୁଲେ ଅନିଲ ଡାଇଲେସିସ ପାଇଁ ଶନିବାର ଦିନ ବଲାଙ୍ଗୀର ଡାକ୍ତରଖାନା କୁ ଯାଇଥିବା ବେଳେ ରବିବାର ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ଭଉଣୀ ଖବର ପାଇ ବଲାଙ୍ଗୀର ଆସିଥିଲେ ଟିଟିଲାଗଡ଼ ରେ ତାଙ୍କର କେହି ନ ଥିବାରୁ ଶବ ସତ୍କାର ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଯାଇଥିଲା । କାନ୍ଦି କାନ୍ଦି ହସ୍ପିଟାଲ ପରିସରରେ ଦୀର୍ଘ ପାଞ୍ଚ ଘଣ୍ଟା ରହି ଥିବା ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ସଦସ୍ୟ ମାନେ ଏ ଖବର ଟି ପାଇଥିଲେ ଅନୁଷ୍ଠାନ ର କର୍ମକର୍ତା ମାନେ ସଂଗେ ସଂଗେ ପହଂଚି ଡାକ୍ତରଖାନା ରୁ ଶବ ଆଣି ସ୍ଥାନୀୟ ବିଭୁତିପଡା ସ୍ମଶାନ ରେ ସସମ୍ମାନେ ଶବ ସତ୍କାର କରିଥିଲେ। ପରେ ତାଙ୍କ ଭଉଣୀ ଙ୍କୁ ମଧ୍ୟ ଟିଟିଲାଗଡ଼ ପଠାଇବାର ବ୍ୟବସ୍ଥା କରିଥିଲେ।
ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ
ଆଜତକ ଓଡ଼ିଶା
0
Post a Comment