କଣ୍ଟାବାଞ୍ଜି,( ଆଜତକ୍ ଓଡ଼ିଶା ): ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କି ପଞ୍ଚାୟତ ଜାମକୀ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି ।ଗାଁ ର ନୃପତି ମାଝୀ ନିଜ ଚାଷ ଜମି କୁ କାମ କରିବାକୁ ଯାଇ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନା କୁ ଆଣିଥିଲେ ।ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।ପୂର୍ବରୁ ସ୍ୱାମୀ ଙ୍କ ମୃତ୍ୟ ହୋଇଥିବା ବେଳେ ଏବେ ବଜ୍ରପାତ ରେ ମାଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ପରିବାରର ଦୁଇ ପୁଅ ଝିଅ ବେସାହାରା ହୋଇଯାଇଛନ୍ତି ।ଏ ନେଇ ତୁରେକେଲା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ପୋଲିସ କହିଛି ।ତୁରନ୍ତ ଗରିବ ପରିବାର କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ବିଳ କୁ କାମ କରି ଯାଇ ଥିବା ବେଳେ ଅଘଟଣ - ବଜ୍ରପାତ ରେ ମହିଳା ଙ୍କ ମୃତ୍ୟୁ
ଆଜତକ ଓଡ଼ିଶା
0
Post a Comment