ବିଶ୍ୱର ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ 71 ତମ ଜନ୍ମ ଦିବସ କୁ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ନିଆରା ଢଙ୍ଗରେ ପାଳିତ


ବୌଦ୍ଧ,(ଆଜତକ୍ ଓଡ଼ିଶା) ଆଜି ସକାଳ ୭ ଘଣ୍ଟା ଠାରୁ ଜିଲ୍ଲାର ସମସ୍ତ ବୁଥ, ମଣ୍ଡଳ, ଶକ୍ତିକେନ୍ଦ୍ର ଓ ଜିଲ୍ଲା କାର୍ଯ୍ୟାଳୟରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ୭୧ ତମ ଜନ୍ମ ଦିବସ ନିଆରା ଢଙ୍ଗରେ ଜିଲ୍ଲାରେ ପାଳିତ ହୋଇଯାଇଛି l ସେବା ଓ ସମର୍ପଣ କାର୍ଯ୍ୟକ୍ରମ ଜିଲ୍ଲାରେ ତା.୧୭-୦୯-୨୦୨୧ ଠାରୁ ତା. ୦୭-୧୦-୨୦୨୧ ପର୍ଯ୍ୟନ୍ତ ପାଳନ କରାଯିବ l

ସକାଳରେ ବିଭିନ୍ନ ଦେବା ଦେବୀ ମନ୍ଦିର ପ୍ରାଙ୍ଗଣରେ ଦୀପ ଦାନ କରିବା ସଙ୍ଗେ ସଙ୍ଗେ ତାଙ୍କର ନିରାମୟ ଜୀବନ ସୁଦୀର୍ଘ ପାଇଁ କର୍ମକର୍ତାଙ୍କ ସହ ଜନସାଧାରଣ ପାଳନ କରିଥିଲେ l

ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ସଭା ପତିତ୍ୱରେ ଏକ ନିରାଡମ୍ବର ଭାବେ ଜନ୍ମ ଦିନକୁ ଭାରତ ମାତା ଙ୍କ ପାଖରେ ପୂଜନ କରାଯାଇ ମୋଦିଜୀଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରାଯାଇଥିଲା l


ଏହି ଅବସରରେ ମୋଦୀ ଜୀ ଙ୍କ ଲୋକାଭିମୁଖୀ, ଗରିବ କଲ୍ୟାଣ ଯୋଜନା ସହ "ସବକା ସାଥ, ସବକା ବିକାଶ,ସବକା ବିଶ୍ବାସ ଓ ସବକା ପ୍ରୟାସ " ଉପରେ ବିଭିନ୍ନ ନେତୃବୃନ୍ଦ ଅଭିଭାଷଣ ରଖିଥିଲେ l

ଏହାପରେ ଜିଲ୍ଲା ଯୁବମୋର୍ଚ୍ଚା ବିଜେପି ତରଫରୁ ବୌଦ୍ଧ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ତତ୍ ସହିତ ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ସଦର୍ ମହକୁମା ଡାକ୍ତରଖାନା ଠାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା l ଏଥି ସହିତ ସଂଖ୍ୟାଲଘୁ ମୋର୍ଚ୍ଚା ତରଫରୁ ବୌଦ୍ଧ ସହର ଜରିଖଣ୍ଡି ଠାରେ ଥିବା ନିରାଶ୍ରୟ ସ୍ଥଳୀର ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା  ଏହାପରେ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ସlହlଜପାଲ ଠାରେ ଚାଷୀ ଓ ସେବା ନିବୃତ ଜବାନ ମାନଙ୍କର ଏକ ମିଳିତ ମଞ୍ଚରେ ସମର୍ଦ୍ଧନା ସଭାରେ ଉପ ଢ଼ଉକନ ସହ ପ୍ରମାଣ ପତ୍ର , ଓ ପୁଷ୍ପ ଗୋଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l



ଜବାନ ଶ୍ରୀ ପ୍ରମୋଦ ମହାକୁଡ, ଶ୍ରୀ  ଫନୀ ପତ୍ୟାନନ୍ଦ ହୋତା ,ଶ୍ରୀ ରମାକାନ୍ତ ଚାନ୍ଦ ଦେଶ ମାତୃକାର ସେବା ଓ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନିଷ୍ପତ୍ତି ଓ ଯବାନ୍ ମାନଙ୍କର ସର୍ବବିଦ୍ଧ ଉନ୍ନତି ପାଇଁ କାର୍ଯ୍ୟ କରିଥିବା ଉପରେ ଅଭିଭାଷଣ ରଖି ପ୍ରଧାନ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l କଣ୍ଟାମାଳ ଡାକ୍ତରଖାନା ଠାରେ ଆଦିବାସୀ ମୋର୍ଚ୍ଚା ତରଫରୁ ଫଳ ବଣ୍ଟନ କରାଯାଇଥିଲା l ବୀରନରସିଂହ ପୁର ଅନାଥାଶ୍ରମ ଠାରେ ଜିଲ୍ଲା ବିଜେପି ପଛୁଆ ବର୍ଗ ତରଫରୁ ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା l



  ଆଜିର ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ଶ୍ରୀ ମାଗୁଣି ଗାଈ ଗୌରିଆ,ସୁଶାନ୍ତ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ସୁଶାନ୍ତ ବାଘ, ତାପସ ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ଶ୍ରୀମତୀ ମୀନା ରାଣୀ ମିଶ୍ର, ଶ୍ରୀମତୀ ରଶ୍ମିତା ହୋତା, ଶ୍ରୀ ଅଟଳ ପ୍ରଧାନ, ଶ୍ରୀ ରବି କୁମାର ଦେଓ, ଶ୍ରୀ ରାଜୀବ କୁମାର ଦେହୁରୀ, ଶ୍ରୀ ଇମରାନ ଖାଁ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରିଆ,ଶ୍ରୀ ବିଶି କେଶନ ପ୍ରଧାନ, ଶ୍ରୀ ବ୍ୟୋମକେଶ ମହାପାତ୍ର, ଶ୍ରୀ ସୋନିଆ ସାହୁ, ଶ୍ରୀ ଯୀଶୁ ପ୍ରଧାନ,ଶ୍ରୀ ନିରଞ୍ଜନ ଦାନୀ, ଶ୍ରୀ ଡମ୍ବରୁଧର କହ୍ନର, ଶ୍ରୀ ଅନିଲ ପ୍ରଧାନ, ଶ୍ରୀ ପିନାକ ରଣl, ନିରଞ୍ଜନ କର୍ଣ୍ଣ ପ୍ରଭୁତି ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ସହ ଜଣ ସାଧାରଣ ଯୋଗଦାନ କରିଥିଲେ l

            

(ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା)

Post a Comment

Previous Post Next Post