ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା)  ଟ୍ରାକ୍ଟର ରେ ବିଲକୁ ହଳକରି ଯାଇ ଟ୍ରାକଟର ଓଲଟି ପଡ଼ିବାରୁ ଡ୍ରାଇଭର ର ମୃତ୍ୟୁ ଘଟିଛି!ସୂଚନା ମୁତାବକ ଆଜି ସକାଳ ସମୟରେ ହରଭଙ୍ଗା ବ୍ଲକ ସଙ୍କୁଲୋଇ ପଂଚାୟତ ହରିହର ପୁର ଗ୍ରାମର ସୁବାସ ପ୍ରଧାନ ଟ୍ରାକଟର ଯୋଗେ ସଂକୁଲୋଇ ଗ୍ରାମର ହାଇସ୍କୁଲ ନିକଟକୁ ବିଲ ହଳକରିବାକୁ ଯାଇଥିଲେ। ହଳ ସାରି ରାସ୍ତା ଉପରକୁ ଗାଡି କାଢ଼ିବା ସମୟରେ ଭରସାମ୍ୟ ହରାଇ ଟ୍ରାକଟର ଟି ଓଲଟି ପଡିଥିଲା। ଫଳରେ ଟ୍ରାକଟର ତଳେ ଡ୍ରାଇଭର ଜଣକ ଚାପି ହୋଇଯାଇଥିଲେ। ସ୍ଥାନୀୟ ଜନସାଧାରଣ ଉଦ୍ଧାର କରି ଦମକଳ ବାହିନୀକୁ ଖବର ଦେବାରୁ ତାଙ୍କୁ ଅଗ୍ନିଶମ ଗାଡ଼ିରେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଖାନରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Post a Comment

Previous Post Next Post