ନରସିଂହ ଅର୍କେଷଙ୍କ ବନ୍ୟାଞ୍ଚଳ ପରିଦର୍ଶନ


ବଲାଙ୍ଗୀର,(ଆଜତକ୍ ଓଡ଼ିଶା) ବଲାଙ୍ଗିର ରେ ଲଗାଣ ବର୍ଷା ଫଳରେ ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ତେବେ ଗତ ବିଧାନସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀ ବିଧାୟକ ନରସିଂହ ମିଶ୍ର ଏବଂ ପରାଜିତ ପ୍ରାର୍ଥୀ ଅର୍କେଷ ସିଂଦେଓ କାଳବିଳମ୍ବ ନକରି ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରିଥିଲେ ଯାହା ସାରା ସହରରେ ପ୍ରଶଂସାର ବିଷୟବସ୍ତୁ ପାଲଟିଛି ।



ତେବେ ଏଭଳି ଗଠନମୂଳକ ରାଜନୈତିକ ପ୍ରତିଯୋଗିତାତ୍ମକ କାର୍ଯ୍ୟ ନିଶ୍ଚୟ ଆଗାମୀ ଦିନରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବା ସହିତ ନିର୍ବାଚନ ମଣ୍ଡଳୀର ବିକାଶକୁ ତ୍ୱରାନ୍ୱିତ କରିବ ଏଥିରେ ସନ୍ଦେହ ନାହିଁ ।

ରାଜନୈତିକ ନେତା ଯଦି ପରସ୍ପର ଦୋଷାରୋପ କରିବା ପରିବର୍ତ୍ତେ ସାଧାରଣ ଜନତାଙ୍କ ପାଇଁ କିଏ କେତେ ନିଜକୁ ସମର୍ପିତ କରିପାରୁଛି ଏହି ପ୍ରତିଯୋଗିତା କରନ୍ତେ ତେବେ ଜନତା ନିଜ ହୃଦୟରେ ବସାଇ ଜନନେତାର ମର୍ଯ୍ୟାଦା ଦିଅନ୍ତେ।

Post a Comment

Previous Post Next Post