ମନରେଗା କାମରେ ମହାଦୁର୍ନୀତି, ସ୍କୁଲ ଛାତ୍ର ଙ୍କ ଏକାଉଣ୍ଟ ରେ ଟଙ୍କା ଜମା ହେଉଥିବାର ଅଭିଯୋଗ।


କଣ୍ଟାବାଞ୍ଜି : (ଆଜତକ୍ ଓଡ଼ିଶା)  ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହଲନଭଟା ପଞ୍ଚାୟତ ରେ ମନରେଗା କାମ ରେ ମହାଦୁର୍ନୀତି ହୋଇ ଥିବାର କିଛି ଲୋକ ବି ଡି ଓ ଙ୍କୁ ଅଭିଯୋଗ କରିଥିଲେ ।ହେଲେ ବି ଡି ଓ ଦୁର୍ନୀତିଖୋର ଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ।ଘଟଣାର ସତ୍ୟତା ତଦାରଖ କରିବା ପାଇଁ ପି ଡ଼ି ଓ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସାମାଜିକ ସମୀକ୍ଷକ ବର୍ଷା ହରପାଳ ଆସି ଘଟଣା ର ଯାଞ୍ଚ କରିଥିଲେ।ସୂଚନା ଅନୁସାରେ ହଲନଭଟା ପଞ୍ଚାୟତ ରେ ଚଳିତ ବର୍ଷ ମନରେଗା କାମ ହୋଇଥିଲା।ଏହି ମନରେଗା କାମ ରେ ପରିଶ୍ରମ କରିଥିବା ବ୍ୟକ୍ତି ନିଜର ପାରିଶ୍ରମିକ ପାଉଣା ପାଇବାରୁ ବଞ୍ଚିତ ଥିବା ବେଳେ।ବାହାର କୁ ଦାଦନ ଖଟି ଯାଇ ଥିବା ବ୍ୟକ୍ତି ଏବଂ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଏକାଉଣ୍ଟ ରେ ଟଙ୍କା ଜମା ହେଉଥିବାର ଲୋକେ ଅଭିଯୋଗ କରିଛନ୍ତି।ଖୁଲାମ ଖୁଲାମ ଭାବେ ସରକାରଙ୍କ ମନରେଗା ଆଇନ ର ଉଲଂଘନ ହେଉଥିବାରୁ ଅଞ୍ଚଳ ବାସୀ ଦୁଃଖ ବ୍ୟକ୍ତ କରିଛନ୍ତି।

 (ରିପୋର୍ଟର ଚୂଡ଼ାମଣି ସୁନା)

Post a Comment

Previous Post Next Post