କଣ୍ଟାବାଞ୍ଜି :(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ଏବଂ ତୁରେକେଲା ବ୍ଲକ ଓ ଆଖପାଖ ଅଞ୍ଚଳରେ ଆବଶ୍ୟକ ବର୍ଷା ଅଭାବରୁ ଚାଷ କାମ ଆଗେଇ ପାରୁନି। ଫଳ ରେ ଚାଷିକୂଳ ହତାଶ ହୋଇଛନ୍ତି । ଆଷାଢ ଯାଇ ଶ୍ରାବଣ ମାସ ସରି ଆସିଲାଣି କିନ୍ତୁ ଜିଲାରେ ବର୍ଷା ଅଭାବ ରହିଛି । ଚାଷ ଜମି ଗୁଡ଼ିକ ଫାଟି ଆଁ କଲାଣି। ଜମିରେ ପାଣି ଅଭାବ ପାଇଁ ରୁଆ କାମ ଅଟକି ଯାଇଛି ପକ ଯାଇଥିବା ପଲ୍ହା ପଲ୍ହାଘାରିରେହିଁ ଖର ଝାଉଁଳି ପଲ୍ହା ମରି ଯାଇଥିବା ଦେଖାଯାଉଛି। ତଳି ଗୁଡିକ ଖରା ରେ ଝାଉଁଳି ଶୁଖିବା ଆରମ୍ଭ ହେଲାଣି। ରୁଆ ପାଇଁ ତଳି ଆଉ କାମ ଦେଇ ନପାରେ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ବୁଣା ଯାଇଥିବା ଧାନ ଗଜା ମରୁଡି ପରିସ୍ଥିତିକୁ ଆସିଯିବା ଆଶଙ୍କା ଦେଖା ଦେଲାଣି ବୋଲି ଚାଷୀ କହିଛନ୍ତି।
ବଲାଙ୍ଗୀର ଜିଲ୍ଲା ରେ ବର୍ଷା ଅଭାବ: ଚାଷୀ ହତାଶ,
ଆଜତକ ଓଡ଼ିଶା
0
Post a Comment