ନୂଆପଡ଼ା : (ଆଜତକ୍ ଓଡ଼ିଶା) ସୋମବାର ଦିନ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ନୂଆପଡା ଆନୁକୂଲ୍ୟରେ ଗ୍ରାମ ଧୁମାଭଟା ଠାରେ "ବିଶ୍ୱ ମୂଳନୀବାସୀ ଦିବସ " ପାଳନ କରାଯାଇଥିଲା । ସର୍ବପ୍ରଥମେ ଗ୍ରାମରେ ସମସ୍ତ ପିତୃଶକ୍ତି, ମାତୃଶକ୍ତି ଓ ଯୁବଶକ୍ତି ଙ୍କ ଦ୍ୱାରା ପାରମ୍ପରିକ ପୋଷାକ ପିନ୍ଧି ସତରଙ୍ଗୀ ଝଣ୍ଡା ସହ ମାଦଳ ତଳେ ତଳେ କଳସ ଯାତ୍ରା ପରିକ୍ରମା କରାଯାଇ ଥିଲା । ଏହା ପରେ ଗ୍ରାମର ଝକର ଦ୍ୱାରା ଗ୍ରାମ ଦେବଦେବୀ ଙ୍କ ପୂଜାର୍ଚନା କରା ଗଲା । ତତପଶ୍ଚାତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ବଡ଼ାଦେଓ ଙ୍କ ଧୂପ ଦୀପ ଜାଳି ପୂଜା କରା ଯାଇଥିଲା । ଏହା ପରେ ସ୍ବର୍ଗତ ସଙ୍ଘ ର ଉପସଭାପତି କ୍ଷେତ୍ରମୋହନ ମାଝୀ ଙ୍କୁ ବିୟୋଗ ରେ ୨ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବିଶ୍ୱ ମୂଳନୀବାସୀ ଦିବସ ଉପରେ ଆଲୋକପାତ କରିବା ସଙ୍ଗେ ମୂଳନୀବାସୀ ମାନଙ୍କର ସଂସ୍କୃତି, ପରମ୍ପରା, ଇତିହାସକୁ ଜୀବିତ ରଖିବା, ଜଳ, ଜଙ୍ଗଲ, ଜମି ଅଧିକାର, ଶିକ୍ଷାର ଅଧିକାର, ସାମ୍ବିଧାନିକ ଅଧିକାର, ପର୍ଯ୍ୟାବରଣ ର ରକ୍ଷଣା ବେକ୍ଷଣ, ସମାଜରୁ ନିଶା ମୁକ୍ତ ଆଦି ବିଷୟ ବସ୍ତୁ ଉପରେ ଜାଗ୍ରତ କାର୍ଯ୍ୟକ୍ରମରେ ସଙ୍ଘ ର ସମ୍ପାଦକ ଶ୍ରୀ ଘନଶ୍ୟାମ ମାଝୀ ସୁଚାରୁରୂପେ ପରିଚାଳନା କରିଥିଲେ ।
ଏହି ସଭାରେ ଗ୍ରାମର ମୁଖିଆ ଶ୍ରୀ ଚୈନ ସିଂ ମାଝୀ ସଭାପତିତ୍ବ ତୁଲାଇ ଥିଲେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଦିଲେଶ୍ଵର ଧରୁଆ (ସହ ନିର୍ଦ୍ଦେଶକ, ଷ୍ଟାଟିଷ୍ଟିକାଲ ଅଫିସ ନୂଆପଡା ) ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଶ୍ରୀ କୁମାର ସିଂ ମାଝୀ (ସଙ୍ଘ ଉପଦେଷ୍ଟା ଓ ମୁଢ଼େଲା ସର୍କଲ ଉପସଭାପତି ), ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଦୁଖୀସିଆମ ନାଏକ (ସଭାପତି ବଂଜାରା ସମାଜ ଖୋଲହା ରାଜ ), ଶ୍ରୀଯୁକ୍ତ କୁଁଅର ସିଂ ମାଝୀ (ସଭାପତି ମୁଢ଼େଲା ସର୍କଲ ୨), ଶ୍ରୀଯୁକ୍ତ ପ୍ରେମ ସିଂ ମାଝୀ (କୋଷାଧକ୍ଷ ମୁଢ଼େଲା ସର୍କଲ ୨), ଶ୍ରୀଯୁକ୍ତ ଲୋହିତ ଶବର ( ବ୍ୟଜଷ୍ଠ ସାମାଜିକ କାର୍ଯ୍ୟକର୍ତ୍ତା ଶବର ସମାଜ ), ଶ୍ରୀଯୁକ୍ତ ନାରାୟଣ ସିଂ ମାଝୀ (ସଙ୍ଘ ଉପଦେଷ୍ଟା ଓ ବିସୋରା ସର୍କଲ ସଭାପତି ), ଶ୍ରୀଯୁକ୍ତ ଗୟାରାମ ମାଝୀ (ଉପସଭାପତି ବିସୋରା ସର୍କଲ ), ସଙ୍ଘ ସହ ସମ୍ପାଦକ ଶ୍ରୀ ଦୀନେଶ କୁମାର ମାଝୀ, ଅଡିଟର ଶ୍ରୀ ଘନଶ୍ୟାମ ମାଝୀ, ଶ୍ରୀ ଭିଖମ ମାଝୀ, ସାଂସ୍କୃତିକ ପ୍ରମୁଖ ଶ୍ରୀ ଦୀନେଶ କୁମାର ମାଝୀ, ଶିକ୍ଷା ପ୍ରମୁଖ ଶ୍ରୀ ଜିରାଖନ ମାଝୀ, ଗ୍ରାମର ଯୁବ ଶକ୍ତି ଜଗମୋହନ ମାଝୀ ରେବତୀ ମାଝୀ, କିରଣ ମାଝୀ, ଉଷା ମାଝୀ, ଗୌରୀ ମାଝୀ ଓ ଶତାଧିକ ମାତୃଶକ୍ତି ଏବଂ ପିତୃଶକ୍ତି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
Post a Comment