କଣ୍ଟାବାଞ୍ଜି ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ , ଏଥର କଣ୍ଟାବାଞ୍ଜିର ଭାଗ୍ୟ ବଦଳିବ !

 
ସବୁ ସମୟରେ କଣ୍ଟାବାଞ୍ଜି ରେଲୱେ କ୍ଷେତ୍ରରେ ଉପେକ୍ଷିତ! ଦାୟୀ କିଏ ? 


କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ଗରିବ ଦଳିତ ବହୁଳ ଏବଂ ଶିଲ୍ପ ବିହୀନ ଜିଲ୍ଲା ହୋଇ ଥିବାରୁ ଏହି ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଜିଲ୍ଲାର କଣ୍ଟାବାଞ୍ଜି ଅଂଚଳକୁ ଦାଦନ ରାଜଧାନୀ ମଧ୍ୟ ଲୋକେ କହିଥାନ୍ତି । କଣ୍ଟାବାଞ୍ଜି ସହରରେ ବ୍ରିଟିଶ ଅମଳରୁ ଏକର ଏକର ରେଲୱେର ଜମି ରହିଛି । ହେଲେ ବର୍ତମାନ ସମୟରେ ଏହି ଜମି ଖତ ଖାଉଛି । ୧୯୩୬ ମସିହାରୁ ଏହି ଅଂଚଳରୁ ଲୋକ ରେଳସେବା ପାଇ ଆସୁଛନ୍ତି । କିନ୍ତୁ ଏଠାରେ ଥିବା ରେଳ ବିଭାଗ କୃତପକ୍ଷ ଖାଲି ପଡି ରହିଥିବା ୭୫୦ ଏକର ଜମି ପାଇଁ ବହୁ ସରକାର ଯୋଜନା କରିଛନ୍ତି ଜମି ଚିହ୍ନିତ ମଧ୍ୟ ହୋଇଛି, ରେଳ ବଜେଟରେ କଣ୍ଟାବାଞ୍ଜିର ରେଲୱେ ଜମିରେ ବିଭିନ୍ନ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜି ଯାଏ ଇଟା ଟିଏ ମଧ୍ୟ ପଡି ନାହିଁ, ଯାହା ଦ୍ୱାରା ଏହି ଅଂଚଳର କୌଣସି ଆଖିଦୃଶିଆ ଉନ୍ନତି ହୋଇପାରି ନାହିଁ । ଚଳିତ ମାସ ୨୨ ତାରିଖ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବଲାଙ୍ଗିର ଗସ୍ତର କାର୍ଯ୍ୟକ୍ରମ ରହିଛି । ବଲାଙ୍ଗିର ଗସ୍ତ ସମୟରେ କଣ୍ଟାବାଞ୍ଜିରେ କିଛି ସମୟର କାର୍ଯ୍ୟକ୍ରମ ରହିଥିବା ଜଣାଯାଏ । ଜନ ଆର୍ଶୀବାଦ ଯାତ୍ରାରେ ଆସୁଥିବା କେନ୍ଦ୍ର ମନ୍ତ୍ରୀ ରେଳୱେ କ୍ଷେତ୍ରରେ କଣ୍ଟାବାଞ୍ଜି ଭାଗ୍ୟ ବଦଲାଇବେ ବୋଲି ବିଜେପି ନେତା ମାନେ ଦୃଢୌକ୍ତି ସହ କହୁଛନ୍ତି । ଅନ୍ୟ ପକ୍ଷରେ ରେଳ ବଜେଟ ୨୦୧୦ ଅନୁଯାୟୀ କଣ୍ଟାବାଞ୍ଜିରେ ୫୦ ଏକର ଜମିରେ ରେଳଡ଼ବା କାରଖାନା, ୩୨ ଏକର ଜମିରେ ଲଜିଷ୍ଟିକ ଟରମିନାଲ, ୫ ଏକର ଜମିରେ ଜେନେରାଲ ସ୍ପେସାଲିଟି ହସପିଟାଲ, ୨୦ ଏକର ଜମିରେ ମଲଟି୍ ସ୍ପେସାଲିଟି ହସପିଟାଲ, ୨ ଏକର ଜମିରେ କମ୍ୟୂନିଟି ହଳ, ୨୦୦ ମିଟରରେ ଓପିଡି ଏବଂ ଡାଇଗୋନଷ୍ଟିକ ସେଣ୍ଟର ପାଇ ଜମି ଚିହ୍ନଟ କରାଯାଇଥିଲା ସେହିପରି ୨୦୧୭ ମସିହାରେ ବିଦ୍ୟୁତ ଲୋକୋ ସେଡ୍ ପାଇଁ ୩୩୦.୭୩ କୋଟି ଏବଂ ମେମୋ ରେକ ମରାମତି ୱାକ୍ସଅପ୍ ୧୯୫.୨୩ କୋଟିର ପ୍ରସ୍ତାବ ପ୍ରକଲ୍ପ ପାଇଁ ରେଲୱେ ମନ୍ତ୍ରାଳୟକୁ ପଠାଯାଇଥିଲା । ହେଲେ କୌଣସି ପ୍ରକଳ୍ପ କୁ ଅନୁମୋଦନ ମିଳିଲା ନାହିଁ । ଇସ୍ପାତ ଏକ୍ସପ୍ରେସ ଟ୍ରେନ ଟିଟିଲାଗଡ଼ ରୁ ହାବଡା ବର୍ତମାନ ଚାଲୁଛି ତାହାକୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଦୀର୍ଘ ୧୩ ବର୍ଷ ରୁ ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ଦାବି କରୁଛନ୍ତି ତାହା ମଧ୍ୟ ଆଜି ଯାଏ ହୋଇପାରି ନାହିଁ । କଣ୍ଟାବାଞ୍ଜି ରୁ ଜୟପୁର ଭାୟା ରାଜ ଖଡିଆଳ ନୁଆ ରେଳ ସର୍ଭେ ହୋଇଥିଲା । ରେଳ ମନ୍ତ୍ରୀଙ୍କ ପିଙ୍କ ବୁକରେ ଉଲ୍ଲେଖିତ ହେଲା କିନ୍ତୁ ତାହା ମଧ୍ୟ ଆଜିଯାଏ ଅର୍ଥ ବରାଦ ନହେବା ଯୋଗୁ ତାହା କାର୍ଯ୍ୟକାରି ହେଲା ନାହିଁ । ଯଦି ଏହି ରେଳ ପଥ ନିର୍ମାଣ ହୁଏ ତେବେ ବଲାଙ୍ଗିର, ନୁଆପଡା, ନବରଙ୍ଗପୁର, କଲାହାଣ୍ଡି ଜିଲ୍ଲାର ବହୁ ଅଂଚଳର ରେଳ ସେବାରେ ସଂଯୋଗ ହୋଇ ପାରିବେ । ଏପରି ଅନେକ ଉଦାହରଣ ରହିଛି ଯାହାକି ରେଲୱେ କ୍ଷେତ୍ରରେ କଣ୍ଟାବାଞ୍ଜି ଉପେକ୍ଷା କୁ ଦର୍ଶାଏ, ପୂର୍ବତଟ ରେଳୱେର କଣ୍ଟାବାଞ୍ଜିରେ ଯେତେ ଜମି ରହିଛି ତାହା ଏହି ଜୋନର କୋଣସି କ୍ଷେତ୍ରରେ ନାହିଁ ତଥାପି କଣ୍ଟାବାଞ୍ଜି ଅଂଚଳର ଉନ୍ନତି ରେଳୱେ କ୍ଷେତ୍ରରେ ହେଉନାହିଁ । ଏବେ ସମସ୍ତଙ୍କ ମନରେ ଗୋଟିଏ ଆଶା ଗୋଟିଏ ବିଶ୍ୱାସ ମନ୍ତ୍ରୀ ଆସିବେ ନିଶ୍ଚିତ ଭାବେ ଆମ ଅଂଚଳର ଉନ୍ନତି ହେବ ।

Post a Comment

Previous Post Next Post