କଣ୍ଟାବାଞ୍ଜି, ୨୩/୦୭ ( ଆଜତକ୍ ଓଡ଼ିଶା ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବ କୋଭିଡ ସମୟରେ ଅକ୍ସିଜେନ ସେବା ପ୍ରଦାନ କରିଛି । ପ୍ରଶାସନ ଜରିଆରେ ଜନ ସାଧାରଣଙ୍କୁ ଅକ୍ସିଜେନ ଯୋଗାଇଥିବା ଯୋଗୁ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ସ୍ଥାନିୟ ତହସିଲଦାର ଅଶାକ କୁମାର ମାଝିଙ୍କ ଜରିଆରେ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, କାର୍ଯ୍ୟକାରି ସଭାପତି ସୁରଦାସ ବାଗ, ପରାମର୍ଶଦାତା ଆନନ୍ଦ ମୋଟେ, ଆଇନ ପରାମର୍ଶଦାତା ବିବେକ ଶର୍ମା, କାର୍ଯ୍ୟକାରିଣି ସଦସ୍ୟ ରୋହନ ମହତ ସହ ଅନ୍ୟ ସଦସ୍ୟ ମାନେ ତହସିଲ ଅଫିସ ପହଂଚି ପ୍ରଂଶସା ପତ୍ର ଗ୍ରହଣ କରିଥିଲେ । ସେହିପରି କଣ୍ଟାବାଞ୍ଜି ମାରୱାଡି ୟୁବା ମଂଚ ବିକାଶ ଶାଖା, ମାରୱାଡି ୟୁବା ମଂଚଙ୍କୁ ମଧ୍ୟ ପ୍ରଂଶସା ପତ୍ର ଦିଆଯାଇଥିବା ଜଣାଯାଇଛି ।
କଣ୍ଟାବାଞ୍ଜି ପ୍ରେସ କ୍ଲବକୁ ଜିଲ୍ଲାପାଳ କଲେ ପ୍ରଶଂସା
ଆଜତକ ଓଡ଼ିଶା
0
Post a Comment