ବୌଦ୍ଧ (ଆଜତକ୍ ଓଡ଼ିଶା) ବୌଦ୍ଧ ବ୍ଲକ ନାରାୟଣନଗର ଠାରେ ଗୋଟିଏ ମଣ୍ଡପରେ ଶ୍ରୀରାମ ଓ ଜଗନ୍ନାଥ ଠାକୁରଙ୍କ ଉଚ୍ଚ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାଇଶି ପାହାଚ ନିର୍ମାଣ କରାଯାଇ ନାହିଁ l ଏନେଇ ବାଇଶି ପାହାଚ ନିର୍ମାଣ ପାଇଁ ମନ୍ଦିର ନିର୍ମାଣ କମିଟି ପକ୍ଷରୁ ଅସ୍ଥାୟୀ ମନ୍ଦିରକୁ ପ୍ରଭୁ ଶ୍ରୀରାମ, ସୀତା, ଲକ୍ଷ୍ମଣ କୁମାର, ହନୁମାନ,ଜଗନ୍ନାଥ,ଲକ୍ଷ୍ମୀ ମାତା ଙ୍କୁ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତର କରାଯାଇଛି l ଏଥିରେ ଏକ ସୁସଜ୍ଜିତ ଶୋଭା ଯାତ୍ରା କରାଯାଇ ଅସ୍ଥାୟୀ ମନ୍ଦିର ସାହୁଗଲି ଗୁଢ଼ୀଘରେ ସିଂହାସନ କରାଯାଇ ବାଇଶି ପାହାଚ ନିର୍ମାଣ ପାଇଁ ଠାକୁରଙ୍କୁ ସ୍ଥାନାନ୍ତର କରାଯାଇଛି l ଏଥିରେ କର୍ତ୍ତlଭାବେ ସରପଞ୍ଚ ରାଜେନ୍ଦ୍ର ମେହେର ଓ ତାଙ୍କ ଧର୍ମ ପତ୍ନୀ ଦାଇତ୍ୱ ତୁଲାଇ ଥିବା ବେଳେ ମୁଖ୍ୟ ପୂଜକ ଅଜିତ ପାଣିଗ୍ରାହୀ, କୁମୁଦ ପାଣିଗ୍ରାହୀ ପୂଜାକାର୍ଯ୍ୟ ତୁଲାଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶୁଶିଲ ପାଣିଗ୍ରାହୀ, ବିଭୀଷଣ ଚାନ୍ଦ, ମନୋରଞ୍ଜନ ପୁରୋହିତ, ପ୍ରଦୀପ ପାଢ଼ୀ, ଶ୍ରୀନିବାସ ପୁରୋହିତ, ସମ୍ୟରଞ୍ଜନ ପୁରୋହିତ, ଶକୁ ରଞ୍ଜନ ପୁରୋହିତ, ପ୍ରବୀଣ କୁମାର ହୋତା, ଜିପୁନ ହୋତା, ପଞ୍ଚାନନ ମିଶ୍ର ସହଯୋଗ କରିଥିଲେ l ମନ୍ଦିର ପ୍ରତିଷ୍ଠା ହେବା ପରେ ଠାକୁରଙ୍କୁ ଅସ୍ଥାୟୀ ମନ୍ଦିରରୁ ନୂତନ ମନ୍ଦିରକୁ ନିଆଯିବ l ଶ୍ରୀରାମ ଓ ଜଗନ୍ନାଥ ମନ୍ଦିର ନିର୍ମାଣ କମିଟି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାରାୟଣନଗର ଗ୍ରାମବାସୀ ସହଯୋଗ କରିଥିଲେ l
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment