
କଣ୍ଟାବାଞ୍ଜି ( ଆଜତକ୍ ଓଡ଼ିଶା ) - ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମୁଖ୍ୟ ଛକ (ଇନ୍ଦିରା ଏବଂ ଶାସ୍ତ୍ରୀ ଛକ) ରେ ଥିବା ବିଦେଶି ଠିପି ବନ୍ଦ ମଦ ଦୋକାନ ସଂପୁର୍ଣ୍ଣ ଭାବେ ସ୍ଥାନାନ୍ତର ଦାବି କରିଛି ବେହେରେନସିଲେଟ ଆମ୍ବେଦକର ଯୁବକ ସଂଘ । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝିଙ୍କ ଜରିଆରେ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଦାଦୀପତ୍ର ଦିଆଯାଇଛି । ଦାବି ମୁତାବକ ବିଦେଶି ଠିପି ବନ୍ଦ ମଦ ଦୋକାନ ସ୍ଥାନାନ୍ତର ନକଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ସଂଘ ଅଭିଯୋଗ ଅନୁସାରେ ସହରର ମୁଖ୍ୟ ଇନ୍ଦିରା ଛକରେ ଥିବା ବିଦେଶି ଠିପି ବନ୍ଦ ମଦ ଦୋକାନ ଅବକାରି ନିୟମ ଅନୁସାରେ ଖୋଲା ଯାଇନାହିଁ । ଏହି ମଦ ଦୋକାନରୁ କିଛି ଦୁରତାରେ ସରକାରି ବାଳିକା ହାଇସ୍କୁଲ, ସର୍ବ ପୁରାତନ ରାମ ମନ୍ଦିର ଅବସ୍ଥିତ । ସରକାରି ବାଳିକା ସ୍କୁଲକୁ ଏହି ରାସ୍ତା ଦେଇ ଛାତ୍ରି ମାନେ ସ୍କୁଲ ଯିବା ଆସିବା କରନ୍ତି । ମନ୍ଦିରକୁ ମଧ୍ୟ ପ୍ରତ୍ୟେକ ଦିନ ଶ୍ରଦ୍ଧାଲୁ ମାନଙ୍କ ସମାଗମ ହୋଇଥାଏ । ସେହିପରି ଶାସ୍ତ୍ରୀଛକ ପାଖରେ ଥିବା ବିଦେଶି ଠିପି ବନ୍ଦ ମଦ ଦୋକାନ - ୨ ରହିଛି । ସେହି ମଦ ଦୋକାନ ପାଖକୁ ମନ୍ଦିର ଗାୟତ୍ରି ମନ୍ଦିର, ମାତା ମନ୍ଦିର, ଜଗନ୍ନାଥ ମନ୍ଦିର ସହ ସ୍ୱାଧିନତା ପୁର୍ବରୁ ଥିବା ନୋଡାଲ ଏମ.ଇ. ସ୍କୁଲ ରହିଛି । ସବୁ ଏହି ରାସ୍ତାରେ ଜନଗହଳି ରହିଥାଏ । ମଦ ଦୋକାନ ରାସ୍ତା ଦେଇ ଏମ.ଇ ସ୍କୁଲ କୁ ପାଠ ପଢିବା ପାଇଁ ଛାତ୍ର ଛାତ୍ରି ମାନେ ଯାଇଥାନ୍ତି । ମନ୍ଦିରକୁ ମଧ୍ୟ ଶ୍ରଦ୍ଧାଲୁ ମାନଙ୍କ ଭିଡ ଦେଖିବାକୁ ମିଲିଥାଏ । ମୁଖ୍ୟ ଛକ ପାଖରେ ମଦ ଦୋକାନ ଥିବା ଯୋଗୁ ଅନେକ ସମୟରେ ମଦ୍ୟପ ମାନଙ୍କ ଯୋଗୁ ଛାତ୍ର ଛାତ୍ରି ସହ ଶ୍ରଦ୍ଧାଲୁ ମାନଙ୍କୁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ମଦ୍ୟପ ମାନେ ମଦ ଦୋକାନରୁ ମଦ କିଣି ରାସ୍ତା ଉପରେ ମଦ ସେବନ କରି ମଦ ଦୋକାନ ପାଖରେ ଆଡ୍ଡା ଜମାଉଥିବା ଯୋଗୁ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଅବକାରି ନିୟମ ଅନୁସାରେ ଏହି ଦୁଇ ମଦ ଦୋକାନ ନଥିବା ବେଳେ ତୁରନ୍ତ ଦୁଇ ମଦ ଦୋକାନକୁ ସହରରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରାଯାଇଛି । ଏହୁ ଦାବିର ଏକାକିତା ନକଲ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରି ସାମି ରେଡ୍ଡି ଜୟଶ୍ରୀଙ୍କୁ ମଧ୍ୟ ଦିଆଯାଇଛି । ଦାବିପତ୍ର ଦେବା ସମୟରେ ସଂଘ ସଭାପତି ରୋହନ କୁମାର ମହତ, ସଂପାଦକ ମନୋଜ ତାଣ୍ଡି, ସଦସ୍ୟ ଭିଷ୍ମ ଜାଲ, ସୁମନ ମହତ, ମୋହନ ସୁନା, ଦଳଗଞ୍ଜନ ମହାନନ୍ଦ, ରାଜେଶ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ
Post a Comment