ବୌଦ୍ଧ (ଆଜତକ୍ ଓଡ଼ିଶା) ଅମ୍ଳଜାନ ଅଭାବରୁ କେହି ମୃତ୍ୟୁମୁଖରେ ନପଡ଼ନ୍ତୁ , କୋରନା ର ତୃତୀୟ ଲହର ଆଶଙ୍କାରେ ବୌଦ୍ଧ ସରସରାସ୍ଥିତ LKBK ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ୟୁନାଇଟେଡ ୱେ ବାଙ୍ଗାଲୋରୋ ସହାୟତାରେ ଆଜି ଜିଲ୍ଲାପାଳଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି । ଏହା ପୂର୍ବରୁ କରୋନାର ପ୍ରଥମ ଲହର ରେ ହରଭଙ୍ଗା ବ୍ଲକର ଗରିବ ଅସହାୟ, ବିଧବା ,ଦିବ୍ୟାଙ୍ଗ,ଶଯ୍ୟାଶାୟୀ, ରୋଗାଗ୍ରସ୍ତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଠିକ୍ ସେଭଳି ଦ୍ଵିତୀୟ ଲହରରେ ୯୦ ପରିବାର କୁ ନିୟମିତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏବେ ତୃତୀୟ ପର୍ଯ୍ୟାୟ ପୂର୍ବରୁ ସମସ୍ତ ପ୍ରକାର ଅସୁବିଧାର ସାମ୍ନା କରିବା ପାଇଁ ଆମ ଦ୍ଵାରା ଯାହାକିଛି ସମ୍ଭବ ସେଥିପ୍ରତି ଆମ ଅନୁଷ୍ଠାନ ପ୍ରସ୍ତୁତ ବୋଲି LKBK ର ସମ୍ପାଦିକା ଶ୍ରୀମତି ପୁଷ୍ପିତା ପ୍ରଧାନ କହିଛନ୍ତି । ଏବେ Oxygen Concentrator ଦେଇ ସାରିବା ପରେ ଆଗକୁ Oxymeter ସହିତ N 95 ମାସ୍କ୍ ପ୍ରଦାନ କରାଯିବାର ଯୋଜନା ମଧ୍ୟ ରହିଥିବାର ସମ୍ପାଦିକା ମତବ୍ୟକ୍ତ କରିଛନ୍ତି । ପ୍ରଦାନ ଉତ୍ସବ ରେ
ଉପସ୍ଥିତ ବ୍ୟକ୍ତି ବିଶେଷ ହେଲେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର,DPM ରୁପକ୍ ପଟନାୟକ, CDMO ଅଭୟ କୁମାର ଦାସ ସାର୍, ଏଲ୍ କେ ବି କେ ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ,CWC ର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ ଅନୁଷ୍ଠାନର ସୁପ୍ରିୟା ଦେହୁରୀ,ପ୍ରତାପ ମେହେର,ବାଞ୍ଛାନିଧି ବିଶି ଏବଂ ସ୍ୱେଚ୍ଛାସେବୀ ପିଣ୍ଟୁ,ତୋଫାନ,ରାମଚନ୍ଦ୍ର, ଦେବାର୍ଚ୍ଚନ ସାହାଯ୍ୟ ସହଯୋଗ କରିଥିଲେ ।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡିଶା
Post a Comment