ନୂଆପଡ଼ା :(ଆଜତକ୍ ଓଡ଼ିଶା) ପାୱାରତୋଳା ସର୍କଲ ଅମାନରା ଗୋଣ୍ଡସମାଜ ଓ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ନୂଆପଡା ଦ୍ୱାରା ବଡାଦେଓ ସାମାଜିକ ଭବନ ପ୍ରାଙ୍ଗଣ ଅମାନରା ଗ୍ରାମ ଠାରେ ବୃକ୍ଷ ରୋପଣ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ସର୍ବ ପ୍ରଥମେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପ୍ରକୃତି ଶକ୍ତି ବଡ଼ାଦେଓଙ୍କର ପୂଜାର୍ଚନା, ଧୂପ ଦୀପ ପ୍ରଜ୍ବଳନ କରାଗଲା । ଏହା ପରେ ସମସ୍ତ ଅତିଥି ଙ୍କୁ ସ୍ୱାଗତ କରି ସାରିଲା ପରେ ସେହି ଠାରେ ସମସ୍ତ ଅତିଥି ସାମାଜିକ ସାଗା ବନ୍ଧୁ ଓ ମାତୃଶକ୍ତି ଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା ।
ଏହା ପରେ ସାମାଜିକ ବିକାଶ କ୍ଷେତ୍ରରେ କିପରି ଆଗକୁ ସମାଜ କୁ ନେଇପରିବା ସେହି ବିଷୟରେ ଆଲୋଚନା କରାଗଲା ଯଥା ଶିିକ୍ଷା ସଂସ୍କୃତି ପରମ୍ପରା ଆମ ଇତିହାସ ନିଶାମୁକ୍ତ ବେରୋଜଗାର ନାରୀଶିକ୍ଷା ଇତ୍ୟାଦି । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅଥିତି ତିରୁମାଲ ଭାନୁପ୍ରତାପ ନେତାମ (ଛିନ୍ଧୋଲା ), ଶ୍ରୀମାନ ରାମସିଂ ମାଝୀ (ପୂର୍ବତନ ସର୍କଲ ସଭାପତି ), ଶ୍ରୀମାନ ବୁଲଗା ରାମ ମାଝୀ (ସମ୍ପାଦକ ପାୱାରତୋଳା ସର୍କଲ ) ଶ୍ରୀମାନ କୁମାର ମାଝୀ (GSST ଉପଦେଷ୍ଟା ) ଶ୍ରୀମାନ ଦୀନେଶ କୁମାର ମାଝୀ (GSST ସହ ସମ୍ପାଦକ ) ଶ୍ରୀ
ଜିରାଖନ ମାଝୀ (ଶିକ୍ଷା ପ୍ରମୁଖ) ଟ୍ରଷ୍ଟର ଉପଦେଷ୍ଟା ଶ୍ରୀମାନ ଭୋକ ସିଂ ମାଝୀ (ସଂଯୋଜକ - ପାୱାରତୋଳା ସର୍କଲ ), ଶ୍ରୀମାନ ରୁପେନ୍ଦ୍ର ସିଂ ମାଝୀ (ସହ ସମ୍ପାଦକ ପାୱାରତୋଳା ସର୍କଲ ) ଶ୍ରୀ ତୁରତ ମାଝୀ (କୋଷାଧକ୍ଷ ପାୱାରତୋଳା ସର୍କଲ) ଶ୍ରୀ ପରମେଶ୍ବର ମାଝୀ, ଓ ଗ୍ରାମାର ମହିଳା ଶକ୍ତି ଉପସ୍ଥିତ ରହି ବୃକ୍ଷ ରୋପଣ କରି ସାମାଜିକ କ୍ଷେତ୍ରରେ ଆଉ ଅଧୁକ ଆଗକୁ କାମ କରିବା ପାଇଁ ସମସ୍ତେ ଏକବଦ୍ଧ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
Post a Comment