କଣ୍ଟାବାଞ୍ଜି : (ଆଜତକ୍ ଓଡ଼ିଶା) ଚାଷୀଙ୍କ ବେକେୟା ପଇସା ଓ ଏଫସିଆଇ ର ଚାଉଳ ଉଠାଣର ଅବହେଲା ବିରୁର୍ଦ୍ଧରେ କଂଟାବାଞ୍ଜି ବିଜେଡି ପକ୍ଷରୁ ଗଣ ଧାରଣା ଦିଆଯାଇଛି । ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ସରକାର ଚାଷି ମାରଣା ନିତି ଚଲାଉଥିବା ଅଭିଯୋଗରେ ରାଜ୍ୟସାରା ବିଜେଡି ଗଣ ଧାରଣା କାର୍ଯ୍ୟକ୍ରମ ଜାରି ରଖିଛି । ଏହି କ୍ରମରେ କଂଟାବାଞ୍ଜି ବିଜେଡି ପକ୍ଷରୁ ସ୍ଥାନିୟ ଇନ୍ଦିରା ଛକ ଠାରେ ଗଣ ଧାରଣା କାର୍ଯ୍ୟକ୍ରମ କରାଯାଇଥିଲା । ପୁର୍ବତନ ବିଧାୟକ ଆୟୁବ ଖାଁ, ଜିଲ୍ଲା କୃଷକ ମୋର୍ଚା ସଭାପତି ଅଜୟ ଦାସ, ରାଜ୍ୟ ଯୁବ ବିଜେଡି ରାଜ୍ୟ ସଂପାଦକ ଅଜିତ ଯୋଷୀ, ରାଜ୍ୟ ବିଜୁ ମହିଳା ଜନତା ଦଳ ଉପସଭାନେତ୍ରି ଗୋପା ମହାନନ୍ଦ, ଜିଲ୍ଲା ଉପସଭାପତି ଉମାକାନ୍ତ ସାହୁ, ସାଧାରଣ ସଂପାଦକ ଫିରୋଜ ଖାଁ, ରାଜେନ୍ଦ୍ର ବେହେରା, ଜିଲ୍ଲା ଯୁବ ବିଜେଡି ସଂପାଦକ ସୁଧାଂସୁ ସିଂ ଦେଓ, ଶାନ୍ତନୁ ବିଭାର, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ଉପାଧ୍ୟକ୍ଷ ସୁନ୍ଦରମତିି ବାଗ, ରୁପେଶ ବେହେରା, ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାଁ, ଜିଲ୍ଲା କାର୍ଯ୍ୟକାରି ସଦସ୍ୟ ମୁନ୍ନା ମହାନ୍ତି, କଂଟାବାଞ୍ଜି ନଗର ସଭାପତି ବିଷ୍ଣୁ ଜୁଏଡ, କାର୍ଯ୍ୟକାରି ସଭାପତି ବିଶାଲ ବେହେରା, ତୁରେକେଲା ବ୍ଲକ ଯୁବ ବିଜେଡି ସଭାପତି ଶଷିଧ୍ୱଜ ନିଆଁଲ, କାର୍ଯ୍ୟକାରି ସଭାପତି ଗୁଡ୍ଡୁ ପନିକା, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଭକ୍ତବନ୍ଧୁ ବେହେରା, ମୁରିବାହାଲ ବ୍ଲକ ଛାତ୍ର ସଭାପତି ସୁବ୍ରତ ମହାକୁଡ, ନିତ୍ୟାନନ୍ଦ ବାରିକ ( ଖେଡୁ), ଦେବାର ବାରିକ , ସତ୍ୟନାରାୟଣ ରାଏ, ସୁରେଶ ଦାସ, ପୁର୍ବତନ ଏନଏସି ଅପାଧ୍ୟକ୍ଷ କିଶୋର ମଜଖଣ୍ଡ, ପୁର୍ବତନ ବଙ୍ଗୋମୁଣ୍ଡା ବ୍ଲକ ସଭାପତି ପ୍ରେମିସଚନ୍ଦ୍ର ବାଗଙ୍କ, ମନୋଜ ଚଣ୍ଡି, ଗୁଡ୍ଡା ଖାଁ, ନାରିନେତ୍ରି ପିଙ୍କି ଖର୍ସେଲ, ପ୍ରଦିପ ସାହୁଙ୍କ ସହ ଅନ୍ୟ ପଦାଧିକାରି , ପୁରୁଷ ମହିଲା କର୍ମୀ ଗଣ ଧାରଣାରେ ସାମିଲ ଥିଲେ । ସବୁ ସମୟରେ କେନ୍ଦ୍ର ସରକାର ଚାଷି ମାରଣା ନିତି ଚଲାଉଥିବା ଅଭିଯୋଗ କରି ବିଜେଡି ନେତା ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଜେଡିର ଏକ ପ୍ରତିନିଧି ଦଳ ତହସିଲଦାରଙ୍କ ଜରିଆରେ ଏବଂ ଅନ୍ୟ ଏକ ପ୍ରତିନିଧି ଦଳ ଏଫସିଆଇ ଦାୟିତ୍ୱରେ ଥିବା କର୍ମଚାରିଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦେଇଥିଲେ ।
ଚାଷୀଙ୍କ ବେକେୟା ପଇସା ଓ ଏଫସିଆଇ ଚାଉଳ ଉଠାଣ ଅବହେଳା ବିରୁର୍ଦ୍ଧରେ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ଗଣଧାରଣା
ଆଜତକ ଓଡ଼ିଶା
0
Post a Comment